
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ବେହାଲ ହୋଇଛି। ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଭାଲୁମୁସ୍କାରରେ ରେଳ ଧାରଣା ଉପରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଷ୍ଟେସନ୍ ନିକଟରେ ଅଟକି ରହିଛି ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସେଠାରେ ହୀରାଖଣ୍ଡ ପ୍ରାୟ ୭ ଘଣ୍ଟା ଅଟକି ରହିଥିଲା। ଟିକିରିରେ ଅଟକି ରହିଥିଲା କୋରାପୁଟ୍-ବିଶାଖାପାଟଣା DMU। ସେପଟେ କଲ୍ୟାଣସିଂହପୁର କରପା ପଞ୍ଚାୟତ ସୁଲିପଦର ଗାଁରେ କାନ୍ଥ ଭୁଶୁଡ଼ି ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।


କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବାଲିଗୁଡ଼ାରେ ମଧ୍ୟ ଲଗାଣ ବର୍ଷାରେ ଜାତୀୟ ରାଜପଥ ଉପରେ ପାଣି ଚାଲିବା ଯୋଗୁ ବୌଦ୍ଧ, କଳାହାଣ୍ଡି ଓ ରାୟଗଡ଼ାକୁ ଯାତାୟାତ ପ୍ରଭାବିତ ହୋଇଛି। ପରାମପାଙ୍ଗ ନିକଟ ଅସ୍ଥାୟୀ ପୋଲ ଉପରେ ପ୍ରବଳ ବେଗରେ ପାଣିଚାଲିବା ଯୋଗୁ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଫୁଲବାଣୀ ସହରରେ ମଧ୍ୟ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି।
from OdishaReporter https://ift.tt/2JHnIMr
No comments:
Post a Comment