ଫିଟୁଛି ଗ୍ୟାଙ୍ଗଷ୍ଟର ଟିଟୋର ବଡ଼ ଗୁମର: ପୁଣି ରିମାଣ୍ଡରେ ୪ ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ଫିଟୁଛି ଗ୍ୟାଙ୍ଗଷ୍ଟର ଟିଟୋର ବଡ଼ ଗୁମର: ପୁଣି ରିମାଣ୍ଡରେ ୪ ଦିନ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଫିଟୁଛି ଟିଟୋର କଳା ସାମ୍ରାଜ୍ୟର ଗୁମର। କାହିଁ କେଉଁ ଆଡ଼କୁ ଲମ୍ବିଛି ଟିଟୋର ଚେର। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ଶୋରୁମ, ସବୁ ବ୍ୟବସାୟରେ ହାତ ମାରିଛନ୍ତି ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀ। ଖାଲି ସେତିକି ନୁହେଁ ଟିଟୋଙ୍କ ନାଁରେ ରାଜ୍ୟ ବାହାରେ ରହିଛି ଏକାଧିକ ହୋଟେଲ୍। ତା’ସାଙ୍ଗକୁ ଜାଗୁଆର୍‌ ଓ ଅଡି ଭଳି ଦାମୀ କାର୍ ମଧ୍ୟ ରହିଛି। ଟିଟୋର ବିଶାଳ ସମ୍ରାଜ୍ୟର ସନ୍ଧାନ ପରେ ଏବେ ସମ୍ପତ୍ତି ଆଟାଚ୍ ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍। ଏହା ଭିତରେ କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଅର୍ଡିନାନ୍ସ ୧୯୪୪ ବଳରେ ଟିଟୋର ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆଟାଚ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି।

ଅନ୍ୟପକ୍ଷରେ T- କମ୍ପାନୀର ରହସ୍ୟ ଭେଦିବାକୁ ଆଉ ୪ ଦିନ ପାଇଁ ଟିଟୋକୁ ରିମାଣ୍ଡ୍‌ରେ ଆଣିଛି କ୍ରାଇମବ୍ରାଞ୍ଚ୍। ଏହି ସମୟରେ ଟିଟୋର ରାଜ୍ୟ ବାହାର ନେଟଓ୍ୱର୍କ ଓ ବ୍ୟବସାୟିକ ଲିଙ୍କ୍‌ର ଖୋଳତାଡ଼ ହେବ। ଟିଟୋ ନିଜ ପତ୍ନୀ ନାଁରେ କୋଟି କୋଟି ଟଙ୍କାର ମନି ଟ୍ରାଞ୍ଜାକ୍ସନ୍‌ କରିଥିବା ସୂଚନା ମିଳୁଛି। ଏହାଛଡ଼ା ତାଙ୍କ ପତ୍ନୀ ମଧ୍ୟ ବହୁ ବିଳାସପୂର୍ଣ୍ଣ କାରର ମାଲିକ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଗୋଆରେ ହୋଟେଲ ବ୍ୟବସାୟରେ ଟିଟୋ ସଂପୃକ୍ତ ଥିବା ସୂଚନା ମିଳିଥିବାରୁ ଏହି ମାମଲାରେ ଅଧିକ ଗୁମର ଫିଟିବା ଅନୁମାନ କରାଯାଉଛି।

କ୍ରାଇମବ୍ରାଞ୍ଚ୍ ଡିଏସ୍‌ପି ରାମଚନ୍ଦ୍ର ଥମ୍ବ କହିଛନ୍ତି,“ଟିଟୋକୁ ୪ ଦିନିଆ ରିମାଣ୍ଡ୍‌ରେ ଆଣିଛୁ। ବିଭିନ୍ନ ଦିଗରୁ ତାଙ୍କୁ ପଚରାଉଚରା କରାଯିବ।”

ଗ୍ୟାଙ୍ଗଷ୍ଟାର ଟିଟୋ କେମିତି ହେଲା ଏତେବଡ଼ ବିଶାଳ ସାମ୍ରାଜ୍ୟର ମାଲିକ? ଏହା ପଛରେ କ’ଣ ରହିଛି ରହସ୍ୟ? ହାଓ୍ୱାଲା ମନି କାରବାରରେ ରହିଛି କି ଟିଟୋର ସଂପୃକ୍ତି? ନା ରାଜ୍ୟ ବାହାରର ଅପରାଧୀ ଓ ଅସାମାଜିକ ତତ୍ତ୍ୱ ସହ ରହିଛି ଟିଟୋର ସମ୍ପର୍କ? ଏବେ ଏସବୁ ଦିଗ ପର୍ଦ୍ଦାଫାସ କରିବା କ୍ରାଇମ ବ୍ରାଞ୍ଚ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି।



from OdishaReporter https://ift.tt/2KV9qMB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages