ହିମାଚଳ ପ୍ରଦେଶ ବୁଲିବାକୁ ଯାଉଛନ୍ତି କି? ତେବେ ଏହିସବୁ ଜାଗାକୁ ଯିବାକୁ କେବେ ଭୁଲନ୍ତୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ହିମାଚଳ ପ୍ରଦେଶ ବୁଲିବାକୁ ଯାଉଛନ୍ତି କି? ତେବେ ଏହିସବୁ ଜାଗାକୁ ଯିବାକୁ କେବେ ଭୁଲନ୍ତୁନି

ଉତ୍ତର ଭାରତର ହିମାଳୟ କୋଳରେ ଅବସ୍ଥିତ ରାଜ୍ୟ ହିମାଚଳ ପ୍ରଦେଶରେ ପ୍ରକୃତିରାଣୀ ଅପରୂପ ଶୋଭାରେ ପ୍ରତିଭାତ। ଏ ରାଜ୍ୟରେ ଏମିତି ବହୁତ ସ୍ଥାନ ଅଛି, ଯାହା ପର୍ଯ୍ୟଟକମାନଙ୍କୁ ବିମୋହିତ କରିଥାଏ। ଆପଣ ଯଦି ହିମାଚଳ ପ୍ରଦେଶ ବୁଲିବାକୁ ଯାଉଛନ୍ତି, ତେବେ କେଉଁ କେଉଁ ଜାଗା ବୁଲିବାକୁ ଯିବା ଜରୁରି, ତା’ର ଗୋଟେ ତାଲିକା ହାତରେ ଧରି ଯିବା ଉଚିତ। ପଢ଼ନ୍ତୁ ଏମିତି କିଛି ସ୍ଥାନ, ଯେଉଁଠିକୁ ଆପଣ ଗଲେ ଆପଣଙ୍କ ଟ୍ରିପ୍ ବେଶୀ ଉପଭୋଗ କରିପାରିବେ।

କୁଲୁ-ମନାଲି: ଏହି ସ୍ଥାନକୁ ଯଦି ଯିବାକୁ ପ୍ଲାନ୍ କରୁଛନ୍ତି, ତେବେ ନଭେମ୍ବର ମାସରୁ ଜାନୁଆରୀ ମାସ ଭିତରେ ଯିବାକୁ ଯୋଜନା କରନ୍ତୁ। ଫଳରେ ଆପଣ ବରଫପାତ ଦେଖିବାର ସୁଯୋଗ ପାଇପାରିବେ। ଏଠି ଏହି ସମୟରେ ଆପଣ ବାହାରେ ବୁଲିବାର ମଜ୍ଜା ନେଇପାରିବେ। ଯେମିତିକି କୌଣସି ସ୍ଥାନରେ ଟେଣ୍ଟରେ ରହିପାରିବେ, ପାହାଡ଼ ଚଢ଼ିପାରିବେ, ନଈରେ ନୌକା ବିହାର କରିପାରିବେ। ମନାଲି ପକ୍ଷୀ ବିହାର ମଧ୍ୟ ଖୁବ୍ ଆକର୍ଷଣୀୟ। କିଛି କିଛି ପୁରୁଣା ମନ୍ଦିର ବି ଏଠାରେ ରହିଛି।

ସିମ୍‌ଲା: ବୋଧହୁଏ ହିମାଚଳ ପ୍ରଦେଶର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହେଲା ସିମ୍‌ଲା। ଏଠାକୁ ମେ’ରୁ ଜୁଲାଇ ମାସ ଭିତରେ ଯିବା ଉଚିତ। କାରଣ ଏହି ସମୟରେ ସିମ୍‌ଲାରେ ଥଣ୍ଡା ଥାଏ, ଗରମରୁ ରକ୍ଷା ପାଇବାକୁ ଅଧିକାଂଶ ଲୋକ ସେଠାକୁ ଯାଆନ୍ତି। ନଭେମ୍ବରରୁ ଜାନୁଆରୀ ମାସ ଭିତରେ ଏଠାରେ ବରଫପାତ ହୋଇଥାଏ। ଏଠାକାର ଅନ୍ୟ ଆକର୍ଷଣୀୟ ସ୍ଥାନଗୁଡ଼ିକ ହେଲା- ମଲ୍‌ ରୋଡ୍, ଭାଇସ୍ ରିଗାଲ୍ ଲଜ୍, ଯାଖ ମନ୍ଦିର ଓ ଖ୍ରୀଷ୍ଟଚର୍ଚ୍ଚ।

ଧର୍ମଶାଳା: ଏହି ହେଉଛି ସେଇ ସ୍ଥାନ ଯେଉଁଠି ରହୁଛନ୍ତି ପ୍ରସିଦ୍ଧ ଧର୍ମଗୁରୁ ଦଲାଇ ଲାମା। ମେ’ ମାସରୁ ଜୁଲାଇ ମାସ ଭିତରେ ଏବଂ ନଭେମ୍ବରରୁ ଜାନୁଆରୀ ଭିତରେ ଏଠାକୁ ବୁଲିବାକୁ ଗଲେ ଉପଭୋଗ କରିବା ସୁବିଧା। ଏଠାକାର ମୁଖ୍ୟ ଆକର୍ଷଣ ହେଲା, ଗୁଡ଼ାଏ ପୁରୁଣା ଧର୍ମସ୍ଥଳୀ। ଏଠି ଆପଣ ଡାଲ୍ ଲେକ୍‌ରେ ବୋଟିଂ କରିପାରିବେ। ଭାଗ୍‌ସୁନାଥ ମନ୍ଦିରରେ ଶିବ ପୂଜନ କରିବା ସହିତ ଚା ବଗିଚାରେ ବୁଲି ପାରିବେ।

କସଉଲୀ: ଏହା ହିମାଚଳ ପ୍ରଦେଶର ଏକ ପବିତ୍ର ସ୍ଥାନ। ଏଠାକାର ପ୍ରାକୃତିକ ପରିବେଶ ଅତି ସୁନ୍ଦର। ନବବିବାହିତମାନେ ଏଠାକୁ ଯାଇ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିପାରିବେ। ପ୍ରକୃତିକୁ ଭଲ ପାଉଥିବା ଲୋକମାନେ ଏଠାକାର ଗିଲ୍‌ବର୍ଟ ଟ୍ରେଲ୍‌କୁ ଯାଇପାରିବେ। ସେହିପରି ଐତିହ୍ୟରେ ଋଚି ରଖୁଥିବା ଲୋକମାନେ ଆଙ୍ଗ୍ଲିକାନ୍ ଚର୍ଚ୍ଚକୁ ଯାଇପାରିବେ, ଯାହା ଇଂରେଜ ଅମଳରେ ନିର୍ମାଣ ହୋଇଥିଲା। ନଭେମ୍ବରରୁ ମାର୍ଚ୍ଚ ଅଥବା ଡିସେମ୍ବରରୁ ଜାନୁଆରି ଏଠାକୁ ବୁଲି ଯିବାର ପ୍ରକୃଷ୍ଟ ସମୟ। ଏହି ସମୟରେ ଏଠାରେ ବରଫପାତ ହୋଇଥାଏ।

ବୀର୍ ବିଲିଂ: ଦୁଃସାହସିକ କ୍ରୀଡ଼ାରେ ଋଚି ରଖୁଥିବା ଲୋକମାନେ ଏହାର ମଜ୍ଜା ନେବାକୁ ଏହି ସ୍ଥାନକୁ ଯାଇପାରନ୍ତି। ବୀର୍ ବିଲିଂ ଏହାଛୁ ପଶ୍ଚିମ ହିମାଚଳପ୍ରଦେଶରେ ଅବସ୍ଥିତ ଏକ ଛୋଟ ଗାଁ, ଯେଉଁଠିକାର ପାଗ ଅତି ସୁନ୍ଦର ରହେ। ଏଠାକୁ ବୁଲି ଯିବାର ସବୁଠାରୁ ବଢ଼ିଆ ସମୟ ହେଲା ମେ ମାସରୁ ଜୁଲାଇ ମାସ। ଏଠାରେ ଆପଣ ପାରାଗ୍ଲାଇଡିଂ କରି ଆକାଶ ମାର୍ଗରୁ ହିମାଳୟ ଭ୍ୟାଲି ଦେଖିପାରିବେ ଏବଂ ଚୋଗାନ ଓ ବାଟ୍ଟୁରେ ଥିବା ପୁରୁଣା ଧର୍ମସ୍ଥଳୀ ଦେଖିପାରିବେ। ଏଠି କିଛି ଚା ବଗିଚା ବି ଅଛି।

ଡେଲ୍‌ହାଉସି: ଏହାକୁ ସାରା ଭାରତର ଲୋକେ ଜାଣନ୍ତି ‘ମିନି ସ୍ୱିଜରଲ୍ୟାଣ୍ଡ’ ଭାବରେ। ଏପ୍ରିଲୁରୁ ଜୁଲାଇ ହେଉଛି ଡେଲ୍‌ହାଉସିକୁ ବୁଲି ଯିବାର ପ୍ରକୃଷ୍ଟ ସମୟ। ଏଠାରେ ଉନବିଂଶ ଶତାବ୍ଦୀର କିଛି କିଛି ପୁରୁଣା ଭାସ୍କର୍ଯ୍ୟ ରହିଛି, ଯାହାକୁ ଆପଣ ଦେଖିପାରିବେ ଓ ଫଟୋ ଉଠାଇ ପାରିବେ। ପାହାଡ଼ ଉପର ଦେଇ ରାସ୍ତା ଓ ସେଠି ପୁରୁଣା ଧର୍ମସ୍ଥଳୀ ମଧ୍ୟ ମୁଖ୍ୟ ଆକର୍ଷଣ।

କୋଶଲ: ଏ ସ୍ଥାନଟି ପ୍ରାକୃତିକ ଶୋଭାରେ ଭରପୂର। ବିଶେଷକରି ଯେଉଁମାନେ ବୋଟିଂ କିମ୍ବା ପାହାଡ଼ ଚଢ଼ାରେ ଋଚି ରଖୁଥିବେ କିମ୍ବା ଚାଲି ଚାଲି ବଣ ପାହାଡ଼ ବୁଲିବାକୁ ଆଗ୍ରହ ରଖୁଥିବେ, ସେମାନଙ୍କ ପାଇଁ କୋଶଲ ଜାଗାଟି ଖୁବ୍ ଭଲ। ମେ’ରୁ ଜୁନ୍ ମାସ ହେଉଛି ଏଠାକୁ ବୁଲି ଯିବାର ପ୍ରକୃଷ୍ଟ ସମୟ। ଏଠାରେ ଖୀର୍ ଗଙ୍ଗା ପ୍ରବାହିତ ହେଉଛି। କିଛି କିଛି ଜାଗାରେ ଉଷ୍ଣପ୍ରସ୍ରବଣ ବି ରହିଛି।

ଖଜ୍ଜିଆର୍: ଘଞ୍ଚ ଜଙ୍ଗଲ ଭିତରେ ବଡ଼ ବଡ଼ ସବୁଜ ପଡ଼ିଆ। ତା ଭିତରେ ଛୋଟ ଛୋଟ ଘର। ଏଭଳି ସ୍ଥାନରେ ରାତି ବିତେଇବାକୁ କିଏ ବା ଚାହେଁନି। ଏପରି ଏକ ସ୍ଥାନ ହେଲା ଖଜ୍ଜିଆର। ଏଠାକୁ ଆପଣ ମେ’ ମାସରୁ ଜୁନ୍ ମାସ ଭିତରେ ଭ୍ରମଣରେ ଯାଇପାରିବେ। ଏଠାକାର ମୁଖ୍ୟ ଆକର୍ଷଣ ହେଲା, ସେଓ ବଗିଚା, ସୁନ୍ଦର ସୁନ୍ଦର ଘର, ହ୍ରଦ, ପୁରୁଣା ମନ୍ଦିର। ଏଠାରୁ କୈଳାସ ପର୍ବତ ଖୁବ୍ ପାଖ।

କିନ୍ନଉର୍: ଉତ୍ତର-ହିମାଚଳ ପ୍ରଦେଶରେ ଥିବା ଏହି ସ୍ଥାନଟିକୁ ଜୁନ୍ ମାସରୁ ସେପ୍ଟେମ୍ବର ଭିତରେ ପରିଭ୍ରମଣରେ ଯାଇପାରିବେ। ଏ ସହରଟି ମୁଖ୍ୟତଃ ସେଓଚାଷ ଓ ବରଫ ଆବୃତ ପାହାଡ଼ ପାଇଁ ବେଶ୍ ଜଣାଶୁଣା। ଏଠାକାର ନାକୋ ହ୍ରଦରେ ଆପଣ ଆନନ୍ଦ ପାଇପାରିବେ। କୁମ୍ରୁ ନାମରେ ଦୁର୍ଗଟିଏ ବି ଏଠି ରହିଛି।

ଚାମ୍ବା: ରବି ନଦୀ କୂଳରେ ଅପସ୍ଥିତ ଏକ ଛୋଟିଆ ସହରଟି ବିଶେଷକରି ପରଫପାତ ପାଇଁ ଜଣାଶୁଣା। ଖୁବ୍ ରଙ୍ଗୀନ ଏ ସହର। ମାର୍ଚ୍ଚରୁ ଜୁନ୍ ନହେଲେ ଡିସେମ୍ବରରୁ ଫେବ୍ରୁଆରି ଭିତରେ ଏଠାକୁ ବୁଲିବାକୁ ଗଲେ ଭଲ। ଏଠି ଗୁଡ଼ାଏ ମଧ୍ୟଯୁଗୀୟ ମନ୍ଦିର ରହିଛି, ଯେଉଁଠି ବର୍ଷ ବର୍ଷ ଧରି ବଡ଼ ବଡ଼ ମେଳା ଅନୁଷ୍ଠିତ ହୋଇଆସୁଛି। ଏହା ହିମାଚଳ ପ୍ରଦେଶର ଏକ ଐତିହାସିକ ସହର ହୋଇଥିବାରୁ ଏଠାରେ ବହୁତ ପୁରୁଣା ଦୁର୍ଗ ଓ ମନ୍ଦିର ଅଛି।

କାଙ୍ଗ୍ରା: ଗୁଡ଼ାଏ ଧ୍ୱଂସ ହୋଇଯାଇଥିବା ଦୁର୍ଗ ପାଇଁ ଏହା ଜଣାଶୁଣା। ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଏଠାକୁ ବୁଲି ଯାଇପାରିବେ। ପର୍ଯ୍ୟଟକଙ୍କ ପାଇଁ ଏଠି ମୁଖ୍ୟ ଆକର୍ଷଣ ହେଲା ସୁନ୍ଦର ପରିବେଶ। ଏଠି ଘୋଡ଼େଇ ହେବା ପାଇଁ ଶାଲ୍ ଓ ଘରେ ଟାଙ୍ଗିବା ପାଇଁ ପେଣ୍ଟିଂ ମିଳେ।

ସୋଲାନ୍: ଖରାଦିନେ ଏହି ସ୍ଥାନକୁ ଗଲେ ଆପଣ ମଜ୍ଜା ନେଇପାରିବେ। କାରଣ ଏଠି ଏହି ସମୟରେ ପରିବେଶ ଥଣ୍ଡା ଥାଏ। ଏଠାକାର ପ୍ରାକୃତିକ ଶୋଭା ବହୁତ ସୁନ୍ଦର। ବିଶେଷକରି ଏଠାକୁ ପ୍ରକୃତିପ୍ରେମୀ ପର୍ଯ୍ୟଟକ ହିଁ ଆସିଥାନ୍ତି। ଏଠାରେ ଗୁଡ଼ାଏ ତୀବ୍ବତୀୟ ମୋନାଷ୍ଟ୍ରି ଓ ପୁରୁଣା ମନ୍ଦିର ରହିଛି।

 

 



from OdishaReporter https://ift.tt/2L5SmAI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages