ରାହୁଲଙ୍କ ‘ରାଫେଲ୍‌’ ବିବୃତିରେ ସତ୍ୟତା ନାହିଁ: ଫ୍ରାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ରାହୁଲଙ୍କ ‘ରାଫେଲ୍‌’ ବିବୃତିରେ ସତ୍ୟତା ନାହିଁ: ଫ୍ରାନ୍ସ

ନୂଆଦିଲ୍ଲୀ: ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ରାହୁଲ ଗାନ୍ଧି ରାଫେଲ୍‌ ଡିଲ୍‌ ପ୍ରସଙ୍ଗକୁ କେନ୍ଦ୍ର କରି ମୋଦି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ। ସେ ରାଫେଲ୍‌ ଡିଲ୍‌ର ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର ନୁହେଁ, ଭାଗିଦାର ବୋଲି କହିଥିଲେ। କିନ୍ତୁ ରାହୁଲଙ୍କ ଏଭଳି ମନ୍ତବ୍ୟ ପରେ ଫ୍ରାନ୍ସ ସରକାର ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ମିଛୁଆ ବୋଲି କହିଛନ୍ତି। ୨୦୦୮ରେ ଭଭୟ ଭାରତ ଓ ଫ୍ରାନ୍ସ ରାଫେଲ୍‌ ଚୁକ୍ତି ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବେ ନାହିଁ ବୋଲି ସହମତ ହୋଇଥିଲେ। ଫ୍ରାନ୍ସ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ କୌଣସି ଗୁପ୍ତ ତଥ୍ୟ ସାର୍ବଜନୀନ ନ କରିବାକୁ ନୂଆଦିଲ୍ଲୀ ଓ ପ୍ୟାରିସ୍‌ ମଧ୍ୟରେ ୨୦୦୮ରେ ବୁଝାମଣା ହୋଇଥିଲା। ଏହି ଚୁକ୍ତି ୨୦୧୬ ସେପ୍ଟେମ୍ବର ୨୩ରେ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର କିଣିବା ସମୟରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଇଣ୍ଟର ଗର୍ଭନମେଣ୍ଟାଲ୍‌ ଏଗ୍ରିମେଣ୍ଟ ସହ ସମାନ। ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ଏକ ଟିଭି ଚ୍ୟାନେଲ୍‌ରେ ରାଫେଲ୍‌ ଡିଲ୍‌ ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଥ୍ୟ ସାର୍ବଜନୀନ ହୋଇପାରିବ ନାହିଁ ବୋଲି କହିଥିବା ବିବୃତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଆଜି ଲୋକସଭାରେ ରାହୁଲ କହିଥିଲେ ‘ମୁଁ ବ୍ୟକ୍ତିଗତ ଭାବେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଥିଲି। ସେ ରାଫେଲ୍‌ ଡିଲ୍‌ ତଥ୍ୟ ସାର୍ବଜନୀନ ନ କରିବା ପାଇଁ ଭାରତ ସରକାରଙ୍କ ସହ କୌଣସି ଚୁକ୍ତି କରି ନଥିଲେ ବୋଲି କହିଥିଲେ। ଯଦି ଭାରତ ସରକାର ଏହି ଡିଲ୍ର ତଥ୍ୟ ସାର୍ବଜନୀନ କରନ୍ତି, ତା’ହେଲେ କୌଣସି ଅସୁବିଧା ନାହିଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ମତେ କହିଥିଲେ। କିନ୍ତୁ ଭାରତ ସରକାର ଚୁକ୍ତି କରିଥିବା ମିଛ ଆଳ ଦେଖାଇ ରାଫେଲ୍‌ ଡିଲ୍‌ ତଥ୍ୟ ସାର୍ବଜନୀନ କରୁନାହାନ୍ତି।’



from OdishaReporter https://ift.tt/2uSpm8r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages