ଝାରସୁଗୁଡ଼ା ବିମାନ ବନ୍ଦରରୁ ଖୁବ୍‌ଶୀଘ୍ର ଉଡ଼ିବ ବଡ଼ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଝାରସୁଗୁଡ଼ା ବିମାନ ବନ୍ଦରରୁ ଖୁବ୍‌ଶୀଘ୍ର ଉଡ଼ିବ ବଡ଼ ବିମାନ

jharsuguda

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଖୁବ୍‌ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ ହୋଇପାରେ। ଏୟାରବସ୍-୩୨୦ ଚଳାଚଳ ପାଇଁ ଝାରସୁଗୁଡ଼ା  ବିମାନ ବନ୍ଦରକୁ ଏବେ ମିଳିଛି ୪ ସି କ୍ୟାଟେଗୋରୀ ଲାଇସେନ୍ସ। ଡିଜିସିଏ ପକ୍ଷରୁ ଏହି ଲାଇସେନ୍ସ ମିଳିବା ପରେ ଏୟାରବସ୍- ୩୨୦ ଚଳାଚଳ ପାଇଁ ବାଟ ଫିଟିଯାଇଛି ବୋଲି କହିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ ଚୌହ୍ୱାନ।

ଦୁଇ ମାସ ପୂର୍ବରୁ ଏହି ବିମାନବନ୍ଦରକୁ ୨ବି ବର୍ଗର ଲାଇସେନ୍ସ ମିଳିଥିଲା। ବିମାନବନ୍ଦରକୁ 2B ବର୍ଗ ଲାଇସେନ୍ସରେ ଛୋଟ ଛୋଟ ବିମାନ ଉଡ଼ାଣ ପାଇଁ ଅନୁମତି ଥିବା ବେଳେ ୪ସି  କ୍ୟାଟେଗୋରୀ  ଲାଇସେନ୍ସରେ ବଡ଼ ବଡ଼ ବିମାନ ଉଡ଼ାଣ ନେଇ ଅନୁମତି ରହିଛି।

ଏଇ ଲାଇସେନ୍ସ ମିଳିବା ଫଳରେ  ବିମାନ ବନ୍ଦରରୁ ବୋଇଙ୍ଗ୍  ଏବଂ ଏୟାରବସ୍‌ ବିମାନର ଉଡ଼ାଣ ସମ୍ଭବ ହୋଇପାରିବ।  ଏଥିପାଇଁ ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

 



from OdishaReporter https://ift.tt/2vnXyJn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages