ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆଜିଠାରୁ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆଜିଠାରୁ ଆବେଦନ

college

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ। ଏହି ପ୍ରକ୍ରିୟା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍‌ସାଇଟ୍‌ ଜରିଆରେ ଆବେଦନ କରିପାରିବେ। ଏଥିପାଇଁ  ଜୁନିଅର୍‌ କଲେଜମାନଙ୍କରେ ସାମ୍ସ ରିସୋର୍ସ ସେଣ୍ଟର ଖୋଲାଯାଇଛି।

ଅଗଷ୍ଟ ୧୦ ତାରିଖରେ ମେରିଟ୍ ଲିଷ୍ଟ୍‌ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ଅଗଷ୍ଟ ୧୧ରୁ ୧୪ ତାରିଖ ମଧ୍ୟରେ ଆଡ୍‌ମିଶନ୍‌ କରିପାରିବେ।

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ପାସ୍‌ କରିଥିବା ଏବଂ ପ୍ରଥମ ପର୍ଯ୍ୟାୟରେ ନାମଲେଖାରୁ ବଞ୍ଚିତ  ହୋଇଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ।

ରାଜ୍ୟର ବିଭିନ୍ନ ଜୁନିଅର କଲେଜ୍‌ରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆଡ୍‌ମିଶନ୍‌ ପ୍ରକ୍ରିୟା ଆରମ୍ଭ କରାଯାଇଛି।



from OdishaReporter https://ift.tt/2mZ5Pj9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages