
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଷ୍ଟାର୍ ବ୍ୟାଟସ୍ମ୍ୟାନ୍ ସ୍ମୃତି ମନ୍ଧାନା କାଉଣ୍ଟି କ୍ରିକେଟ୍ରେ ମଧ୍ୟ ନିଜ ଦବଦବା ବଜାୟ ରଖିଛନ୍ତି।
ଆଜି ମନ୍ଧାନା ମାତ୍ର ୧୮ଟି ବଲ୍ରେ ୫୦ ରନ୍ କରି ବିଶ୍ୱ ରେକର୍ଡ ସମକକ୍ଷ ହୋଇପାରିଛନ୍ତି।
ପୂର୍ବରୁ ସମାନ ୧୮ ବଲ୍ରେ ନ୍ୟୁଜିଲ୍ୟାଣ୍ଡର ସୋଫିଆ ଡେଭାଇନ୍ ୫୦ ରନ୍ କରି ଦ୍ରୁତତମ ଅର୍ଦ୍ଧଶତକ କରିବାର ରେକର୍ଡ ନିଜ ନାମରେ କରିଥିଲେ।
ଆଜି ସ୍ମୃତି ମନ୍ଧାନା ତାଙ୍କ ସମକକ୍ଷ ହୋଇଛନ୍ତି।ଇଂଲଣ୍ଡର ଟନ୍ଟନ୍ଠାରେ ଚାଲିଥିବା କିଆ ସୁପର୍ ଲିଗ୍ (କେଏସ୍ଏଲ୍)ରେ ୱେଷ୍ଟର୍ଣ୍ଣ ଷ୍ଟର୍ମ ପକ୍ଷରୁ ଖେଳୁଥିବା ସ୍ମୃତି ମନ୍ଧାନା ଆଜି ୫ଟି ଚୌକା ଓ ୪ଟି ବିଶାଳ ଛକା ସହ ମାତ୍ର ୧୮ ବଲ୍ରେ ୫୦ ରନ୍ କରିଥିଲେ।
ଏହାକୁ ଆଧାର କରି ୱେଷ୍ଟର୍ଣ୍ଣ ଷ୍ଟର୍ମ ବର୍ଷା ବାଧାପ୍ରାପ୍ତ ୬ ଓଭର ବିଶିଷ୍ଟ ମ୍ୟାଚ୍ରେ ୮୨ ରନ୍ କରିଥିଲା।
ୱେଷ୍ଟର୍ଣ୍ଣ ଷ୍ଟର୍ମର ମାତ୍ର ଦୁଇ ଜଣ ଖେଳାଳି ଆଉଟ୍ ହୋଇଥିଲେ।
ଏହାର ଜବାବ୍ରେ ଲଫ୍ବରୋ ଲାଇଟ୍ନିଂ ନିର୍ଦ୍ଧାରିତ ଓଭରରେ ମାତ୍ର ୬୭ ରନ୍ କରିପାରିଥିଲା। ଫଳରେ ଏହି ମ୍ୟାଚ୍ଟିକୁ ୱେଷ୍ଟର୍ଣ୍ଣ ଷ୍ଟର୍ମ ୧୮ ରନ୍ରେ ଜିତିଥିଲା।
from OdishaReporter https://ift.tt/2LXXYxe
No comments:
Post a Comment