ସାବଧାନ! ଏହି ସମୟରେ ଖାଆନ୍ତୁ ନାହିଁ ପଣସ ତରକାରୀ, ଜୀବନ ପ୍ରତି ବିପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ସାବଧାନ! ଏହି ସମୟରେ ଖାଆନ୍ତୁ ନାହିଁ ପଣସ ତରକାରୀ, ଜୀବନ ପ୍ରତି ବିପଦ

ଅନେକ ଲୋକ ପଣସକଠା ତରକାରୀ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ସବୁ ସମୟରେ ପଣସ ତରକାରୀ ଖାଇବା ସମସ୍ତଙ୍କ ଶରୀର ପାଇଁ ଭଲ ନୁହେଁ।  ଅସମୟରେ ପଣସ ତରକାରୀ ଖାଇବା ଦ୍ୱାରା ଶରୀର ଉପରେ ଏହାର ଓଲଟା ପ୍ରଭାବ ପଡ଼ିଥାଏ। ଏହା ଆପଣଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଥାଏ। ତେଣୁ ଡାକ୍ତରମାନେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପଣସ ତରକାରୀ ଖାଇବାକୁ ମନା କରନ୍ତି। କେଉଁସବୁ ରୋଗ ହେଲେ ପଣସ ତରକାରୀ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ଆସନ୍ତୁ ଜାଣିବା।

୧. ଯେଉଁମାନଙ୍କର ପାଚନକ୍ରିୟାଜନିତ ସମସ୍ୟା ରହିଛି, ସେମାନେ ପଣସ ଖାଇବାରୁ ଦୂରେଇ ରୁହନ୍ତୁ କିମ୍ବା କମ୍ ଖାଆନ୍ତୁ। କାରଣ ଏହା ସେମାନଙ୍କ ପାଚନକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ।
୨. ଗର୍ଭାବସ୍ଥାରେ ମହିଳାମାନେ ପଣସ ଖାଆନ୍ତୁ ନାହିଁ। ଏହା ସେମାନଙ୍କ ଗର୍ଭସ୍ଥ ଶିଶୁ ଉପରେ ଖରାପ୍‌ ପ୍ରଭାବ ପକାଇଥାଏ। ପଣସରେ ଅଦ୍ରବଣୀୟ ଫାଇବର୍‌ର ମାତ୍ରା ଅଧିକ ଥାଏ। ତେଣୁ ଯେଉଁ ମହିଳାମାନେ ତାଙ୍କ ପିଲାଙ୍କୁ କ୍ଷୀର ପିଆଉଛନ୍ତି, ସେମାନେ ମଧ୍ୟ ପଣସ ଖାଇବାରୁ ଦୂରେଇ ରୁହନ୍ତୁ।

୩. ଶରୀରରେ କୌଣସି ଅପରେସନ୍‌ କିମ୍ବା ସର୍ଜରୀ କରାଇବା ପରେ ପଣସ ଖାଆନ୍ତୁ ନାହିଁ। ବିଶେଷ୍‌ କରି ପେଟଜନିତ ରୋଗ ପାଇଁ ଅପରେସନ୍‌ କରାଇଥିଲେ ପଣସ ଆଦୌ ଖାଆନ୍ତୁ ନାହିଁ।

୪. ଖାଦ୍ୟ ଖାଇସାରିବା ପରେ ଯଦି ଆପଣଙ୍କର ପାନ ଖାଇବାର ଅଭ୍ୟାସ୍‌ ରହିଛି, ତେବେ ପଣସ ଖାଇବା ପରେ ସଙ୍ଗେ ସଙ୍ଗେ ପାନ ଖାଆନ୍ତୁ ନାହିଁ। ଯଦି ପାନ ଖାଇବେ ତେବେ ପଣସ ତରକାରୀ ଖାଆନ୍ତୁ ନାହିଁ। ସେହିଭଳି ପିତ୍ତଜନିତ ସମସ୍ୟା ଥିଲେ ପଣସ ଖାଇବାରୁ ଦୂରେଇ ରହନ୍ତୁ।

 



from OdishaReporter https://ift.tt/2OrybyV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages