ଆଗୁଆ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ସଜବାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଆଗୁଆ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ସଜବାଜ

ଭୁବନେଶ୍ୱର (ଓଡିଶା ରିପୋର୍ଟର ): ଆଗୁଆ ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିଶନ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଉତ୍ତରପ୍ରଦେଶରୁ ଏକଲକ୍ଷ ଇଭିଏମ୍ ମେସିନ ଓଡିଶାକୁ ଆଣିବା ପାଇଁ କମିଶନଙ୍କ ତତ୍ପରତା ପରେ ରାଜ୍ୟରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ବୃଦ୍ଧି ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ବିଭିନ୍ନ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳମାନଙ୍କ ସହ ବୈଠକ କରି ପୋଲିଂ ବୁଥ୍ ଗୁଡ଼ିକର ପୁନର୍ଗଠନ ଓ ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଆଦି ପ୍ରକ୍ରିୟା କାର୍ଯ୍ୟକୁ ଚଳିତମାସ ଶେଷ ସୁଦ୍ଧା ସାରିବାକୁ କଡ଼ା ତାଗିଦ୍ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁରୋଧ ପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଇଭିଏମ୍ ମେସିନ୍ ଆଣିବାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଓଏମସିରେ ସ୍ୱତନ୍ତ୍ର ଅଫିସର ଥିବା ମନୋଜ କୁମାର ସ୍ୱାଇଁ ଓ ଇଡକୋର ଲ୍ୟାଣ୍ଡ ଅଫିସର କୈଳାସ ଚନ୍ଦ୍ର ସ୍ୱାଇଁଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଇଭିଏମ୍ ସ୍ଥାନାନ୍ତର କାର୍ଯ୍ୟ ଶେଷ କରିବାକୁ ଆଦେଶ ଦିଆଯାଇଛି ।



from OdishaReporter https://ift.tt/2Oo7eML

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages