ଦରଦାମ ବୃଦ୍ଧି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ତାଗିଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଦରଦାମ ବୃଦ୍ଧି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ତାଗିଦ୍

ଭୁବନେଶ୍ୱର ( ଓଡିଶା ରିପୋର୍ଟର ) : ସର୍ବଭାରତୀୟସ୍ତରରେ ଟ୍ରକ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହାର ସତ୍ୱେ  ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖିବ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ବଜାର ଉପରେ ତୀକ୍ଷଣ ନଜର ରଖିବା ସହ ଅସାଧୁ ବ୍ୟବସାୟୀଙ୍କ ଉପରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ଖାଦ୍ୟଯୋଗାଣ ବିଭାଗର ଅତିରିକ୍ତ ସଚିବ ଅନନ୍ତ କୁମାର ଭୂୟାଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଟ୍ରକ ମାଲିକଙ୍କ ଧର୍ମଘଟ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ବାଧାପ୍ରାପ୍ତ ହୋଇଥିଲା । ବିଶେଷକରି ଗହମଜାତୀୟ ସାମଗ୍ରୀ, ଡାଲି, ଖାଇବା ତେଲ, ଚିନି, ଆଳୁ ଓ ଟମାଟୋର କୃତ୍ରିମ ମୂଲ୍ୟବୃଦ୍ଧିର ଆଶଙ୍କା ରହିଛି । ତେଣୁ ଏସବୁ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ଓ ଯୋଗାଣ ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଯୋଗାଣ ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ନିୟମିତ ଭାବେ ଦରଦାମ ଉପରେ ନଜର ରଖିବାକୁ ଓ ଅଧିକ ମୁନାଫା ନେଉଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର


from OdishaReporter https://ift.tt/2mRppOo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages