ଫାଟିଗଲା ମୋବାଇଲ୍‌, ଛିଡ଼ିଗଲା ଆଙ୍ଗୁଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଫାଟିଗଲା ମୋବାଇଲ୍‌, ଛିଡ଼ିଗଲା ଆଙ୍ଗୁଠି

ବରଗଡ଼ (ଦୀପକ ଶର୍ମା): ମୋବାଇଲ୍‌ ଫୋନ୍‌କୁ ଚାର୍ଜରେ ବସାଉଥିବା ବେଳେ ବ୍ୟାଟେରୀ ଫାଟିଯିବାରୁ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତର ପାପୁଲି କ୍ଷତାକ୍ତ ହୋଇଥିବା ବେଳେ ଗୋଟିଏ ଆଙ୍ଗୁଠି ଛିଡ଼ି ଯାଇଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟା ବେଳେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ହାତୀଖୋଜା ଗାଁରେ ମହେଶ ପ୍ରଧାନ(୧୨) ମୋବାଇଲ୍‌ ଫୋନ୍‌କୁ ଚାର୍ଜରେ ବସାଉ ଥିଲେ। ଏହି ସମୟରେ ହଠାତ୍‌ ମୋବାଇଲ୍‌ଟି ବ୍ଲାଷ୍ଟ୍‌ ହୋଇଯାଇଥିଲା। ଫଳରେ ତାଙ୍କ ଡାହାଣ ହାତ ପାପୁଲି କ୍ଷତାକ୍ତ ହୋଇଥିଲା। ତାଙ୍କର ତର୍ଜନୀ ଆଙ୍ଗୁଠି ଛିଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।



from OdishaReporter https://ift.tt/2JifNVv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages