
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଉଦିତ୍ ନଗର ଥାନା ଅନ୍ତର୍ଗତ ମାଲଗୋଦାମ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ପଡ଼ିବାରୁ ୨ ଉଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସୌମ୍ୟା ଓ ସୁଜାତା।
ଗତ କିଛି ଦିନ ଧରି ଜାରି ରହିଥିବା ଲଗାଣ ବର୍ଷାରେ ପିଣ୍ଟୁ ବାରିକଙ୍କ ଘରର କାନ୍ଥ ଦୁର୍ବଳ ହୋଇଯାଇଥିଲା। ଗତକାଲି ରାତିରେ ତାଙ୍କ ପରିବାର ଲୋକେ ଶୋଇଥିଲା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ପିଣ୍ଟୁଙ୍କ ଦୁଇ ଝିଅ ସୌମ୍ୟା ଓ ସୁଜାତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣକ ବୟସ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୭ ବର୍ଷ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆଉ ଜଣେ ଆହତ ମଧ୍ୟ ହୋଇଛନ୍ତି।
from OdishaReporter https://ift.tt/2Lx0xKz
No comments:
Post a Comment