ଆଉ ଥରେ ବାହା ହେବାକୁ ଜିଦ୍ ଧରିଥିଲେ, ବିରୋଧ କରିବାରୁ ବାପାଙ୍କୁ ପିଟି ପିଟି ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଆଉ ଥରେ ବାହା ହେବାକୁ ଜିଦ୍ ଧରିଥିଲେ, ବିରୋଧ କରିବାରୁ ବାପାଙ୍କୁ ପିଟି ପିଟି ମାରି ଦେଲେ

accused

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ୭ ନମ୍ୱର ୱାର୍ଡର ନାଗବଣୀ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ବାପାକୁ କାଠ ଫାଳିଆରେ ବାଡ଼େଇ ହତ୍ୟା କରିଛି ପୁଅ। ମୃତକ ହେଲେ କ୍ଷୀର ପଢ଼ିଆଳ।

ସୂଚନା ଅନୁସାରେ, କ୍ଷୀର ପଢ଼ିଆଳଙ୍କ ପୁଅ ସତ୍ୟବାନ ଦ୍ୱିତୀୟ ବିବାହ କରିବା ପାଇଁ ଚାହୁଁଥିଲେ। ହେଲେ କ୍ଷୀର ଏହାକୁ ବିରୋଧ କରୁଥିଲେ। ତେଣୁ ଅନେକ ସମୟରେ ଏହି କଥାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତକାଲି ରାତିରେ ବି ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସତ୍ୟବାନ ବାପାଙ୍କୁ କାଠ ଫାଳିଆରେ  ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ କ୍ଷୀରଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଗାଁ ଲୋକେ ସତ୍ୟବାନଙ୍କୁ କାବୁ କରି ଏକ ଗଛରେ ବାନ୍ଧି ଦେଇଥିଲେ। ଉଦଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ବାପାକୁ ବାଡ଼େଇ ବାଡ଼େଇ ହତ୍ୟା କରିଥିବା କଥା ସତ୍ୟବାନ ପୁଲିସ୍ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି।



from OdishaReporter https://ift.tt/2LKDDP8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages