
ନୂଆଦିଲ୍ଲୀ: ବୁରାଡ଼ିରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟ ସମୂହ ଆତ୍ମହତ୍ୟା କରିବା ପରେ ଏବେ ତାଙ୍କ ପୋଷା କୁକୁର (ଟମି)ର ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ମୃତ୍ୟୁ ପରେ ଟମିକୁ ହାଉସ୍ ଅଫ୍ ଷ୍ଟ୍ରେ ଏନିମଲ୍ସ (ଏଚ୍ଏସ୍ଏ)ରେ ରଖାଯାଇଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଟମି ହଠାତ୍ ତଳେ ପଡ଼ିଯାଇଥିଲା ଓ ତା’ର ମୃତ୍ୟୁ ଘଟିଥିଲା।
ଏଚ୍ଏସ୍ଏ ସଂସ୍ଥାପକ ସଞ୍ଜୟ ମହାପାତ୍ର କହିଛନ୍ତି, “ଭାଟିଆ ପରିବାରର ସବୁ ସଦସ୍ୟଙ୍କ ଆତ୍ମହତ୍ୟା ପରେ ଟମିକୁ ଏଠାକୁ ଅଣାଯାଇଥିଲା। ଭଲ ଭାବେ ତା’ର ଦେଖାଶୁଣା କରାଯାଉଥିଲା। ତା’ ବ୍ୟବହାରରେ ବହୁତ ସୁଧାର ଆସିଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଏନେଇ ବୁରାଡ଼ି ଓ ନୋଏଡ଼ା ପୁଲିସ୍କୁ ସୂଚନା ଦିଆଯାଇଛି।”
ସେ ଆହୁରି କହିଛନ୍ତି, “କାଲି ସନ୍ଧ୍ୟାରେ ଟମି ଆରମ୍ରେ ବୁଲୁଥିଲା। ସବୁକିଛି ଠିକ୍ ଥିଲା। ହେଲେ ହଠାତ୍ ତା’ର ମୃତ୍ୟୁ ଘଟିଥିଲା।”
ସୂଚନାଯୋଗ୍ୟ, ଜୁନ୍ ୩୦ ତାରିଖରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟ ସମୂହ ଆତ୍ମହତ୍ୟା କରିଥିଲେ। ଜୁଲାଇ ୧ ତାରିଖରେ ପୁଲିସ୍ ସେମାନଙ୍କ ଶବ ଜବତ କରିଥିଲା।
from OdishaReporter https://ift.tt/2LDEwp7
No comments:
Post a Comment