ରେଷ୍ଟୁରାଣ୍ଟ୍‌ ଆଗରେ ଆଖିବୁଜା ଗୁଳିମାଡ଼: ଜଣେ ମୃତ, ୧୩ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ରେଷ୍ଟୁରାଣ୍ଟ୍‌ ଆଗରେ ଆଖିବୁଜା ଗୁଳିମାଡ଼: ଜଣେ ମୃତ, ୧୩ ଆହତ

canada

ଟୋରୋଣ୍ଟୋ: କାନାଡ଼ାର ଟୋରୋଣ୍ଟୋ ସହରର ଗ୍ରୀକ୍‌ଟାଉନ୍ ଅଞ୍ଚଳରେ ରବିବାର ରାତିରେ  ଏକ ରେଷ୍ଟୁରାଣ୍ଟ୍‌ ବାହାରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଅଛି। ତା ଅବସ୍ଥା ସଂକଟାପନ୍ନ ଅଛି।

ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତ ଜଣଙ୍କ ନିଜକୁ ଗୁଳି କରି ଦେଇଥିଲେ। ତାଙ୍କର ବି ମୃତ୍ୟୁ ଘଟିଛି। ଏପରି ଗୁଳିମାଡ଼ କରିବା ପଛରେ ଦୁର୍ବୃତ୍ତଙ୍କର କ’ଣ ଉଦ୍ଦେଶ୍ୟ ଥିଲା ତାହା ଜଣାପଡ଼ିନି। ସେ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି।

ଏହି ଗୁଳିମାଡ଼ ସମ୍ପର୍କରେ କିଛି ତଥ୍ୟ ଥିଲେ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ପୁଲିସ୍‌ ଅନୁରୋଧ କରିଛି।



from OdishaReporter https://ift.tt/2uIx71x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages