
କୋଲକାତା: କେନ୍ଦ୍ରରେ କ୍ଷମତାସୀନ ବିଜେପି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ମନଇଚ୍ଛା ବର୍ଷିଛନ୍ତି। ଏଥିସହ ୨୦୧୯ରେ ପଶ୍ଚିମବଙ୍ଗରେ ଟିଏମସି ସମସ୍ତ ୪୦ଟି ଆସନରେ ଜିତିବ ବୋଲି ସେ ଦଳୀୟ କର୍ମୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି। ଆଜି ଦଳ ତରଫରୁ ଇସପ୍ଲାଣ୍ଡେଡ୍ଠାରେ ଆୟୋଜିତ ବାର୍ଷିକ ସହିଦ ଦିବସ ସମାବେଶରେ ମମତା କହିଛନ୍ତି ଦଳ ପକ୍ଷରୁ ଅଗଷ୍ଟ ୧୫ରୁ ବିଜେପି ହଟାଅ, ଦେଶ ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରାଯିବ। ଏହି ଆନ୍ଦୋଳନ ବିଜେପିକୁ ଶକ୍ତ ଝଟ୍କା ଦେବ ଏବଂ ପଶ୍ଚିମବଙ୍ଗରେ ଲୋକଙ୍କୁ ଲୋକସଭା ନିର୍ବାଚନ ପାଇଁ ରାସ୍ତା ଦେଖାଇବ ବୋଲି କହିଛନ୍ତି। ମବ୍ ଲିନଚିଂ ଘଟଣାକୁ ନେଇ ସେ କେନ୍ଦ୍ର ସରକାର ଓ ବିଜେପି ଉପରେ ଜୋରଦାର ହମ୍ଲା କରିଛନ୍ତି। ସେ କହିଛନ୍ତି ବିଜେପି ସରକାର ତାଲିବାନ ଶାସନକୁ ପ୍ରୋତ୍ସାହନ ଦେଉଛି। ବିଜେପି ଓ ଆର୍ଏସ୍ ମଧ୍ୟରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ ମୁଁ ସମ୍ନାନ କରେ। କିନ୍ତୁ କିଛି ଲୋକ ଡାର୍ଟି ପଲିଟିକ୍ସର ଖେଳ ଖେଳୁଛନ୍ତି। ଏଥର ଲୋକସଭାରେ ଟିଏମ୍ସି ୪୦ଟ ଯାକ ଆସନରେ ଜିତିବ ବୋଲି ଦୃଢ଼ୋକ୍ତି କରିଛନ୍ତି। ୧୯୯୩ରେ ବାମଦଳ କ୍ଷମତାରେ ଥିବା ବେଳେ ପୁଲିସ୍ ଗୁଳିମାଡ଼ରେ ୧୩ ଜଣ ଯୁବ କଂଗ୍ରେସ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ମମତା ଯୁବ କଂଗ୍ରେସ ମୁଖ୍ୟ ଥିଲେ। ପ୍ରତିବର୍ଷ ଏହି ଦିନକୁ ମମତା ସହିଦ ଦିବସ ଭାବେ ପାଳନ କରନ୍ତି। ଆଜି ମଧ୍ୟ ସହିଦ ଦିବସ ପାଇଁ ଏକ ବିରାଟ ସମାବେଶର ଆୟୋଜନ କରାଯାଇଥିଲା। ଏହି ସଭାରେ ମମତା ଏଭଳି ଦୃଢ଼ୋକ୍ତି କରିଛନ୍ତି।
from OdishaReporter https://ift.tt/2zV9doH
No comments:
Post a Comment