
ଜୟପୁର: ରାଜସ୍ଥାନରେ ପ୍ରଥମଥର ପାଇଁ ଜଣେ ଶିଶୁ ଦୁଷ୍କର୍ମକାରୀକୁ କୋର୍ଟ ଫାଶୀଦଣ୍ଡ ଶୁଣାଇଛନ୍ତି। ମାର୍ଚ୍ଚ ମାସରେ ରାଜସ୍ଥାନ ସରକାର ବିଧାନସଭାରେ ୧୨ ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ଦୁଷ୍କର୍ମ କଲେ ଫାଶୀଦଣ୍ଡ ମିଳିବ ବୋଲି ଯେଉଁ ଆଇନ୍ ପ୍ରଣୟନ କରିଥିଲେ, ତଦନୁଯାୟୀ ପ୍ରଥମଥର ପାଇଁ କୋର୍ଟ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ୧୯ ବର୍ଷୀୟ ଯୁବକ ଜଣଙ୍କ ଜଣେ ୭ ମାସର ଶିଶୁକୁ ଦୁଷ୍କର୍ମ କରିଥିଲେ। ଶିଶୁଟିକୁ ତା’ର ବାପା ମା’ ଆୟାଙ୍କ ପାଖରେ ଛାଡ଼ି ଯାଇଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ମେ’ ୯ରେ ନିଜକୁ ସମ୍ପର୍କୀୟ କହି ନେଇଯାଇଥିଲା। ପରିବାର ଲୋକ ଝିଅଟିକୁ ଘରଠାରୁ ଏକ କିମି ଦୂର ଲକ୍ଷ୍ମଣଗଡ଼ ସ୍ଥିତ ଏକ ଫୁଟବୁଲ ପଡ଼ିଆରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଶିଶୁଟିକୁ ଦୀର୍ଘ ୨୦ ଦିନ କାଳ ହସ୍ପିଟାଲ୍ରେ ରଖି ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲା। ପୁଲିସ୍ ପରବର୍ତ୍ତୀ ସମୟରେ ଅଭିଯୁକ୍ତକୁ ଗିରଫ କରିଥିଲା। ମାମଲାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରାଯାଇ ୧୩ଟି ଶୁଣାଣି ପରେ ଆଜି ଦଣ୍ଡବିଧାନ କରାଯାଇଛି।
from OdishaReporter https://ift.tt/2uEfuA0
No comments:
Post a Comment