
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡରେ ଖେଳାଯାଉଥିବା ମହିଳା ବିଶ୍ୱ କପ ହକି ପ୍ରତିଯୋଗିତାରେ ଭାରତ ତାର ଅଭିଯାନ ଡ୍ର’ରେ ଆରମ୍ଭ କରିଛି। ମହିଳା ହକି ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ‘ଡ୍ର’ ରହିଛି। ବିଶ୍ୱ ମାନ୍ୟତାରେ ୧୦ ନମ୍ବର୍ ସ୍ଥାନରେ ରହିଥିବା ଭାରତ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଆଜି ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ଭାରତୀୟ ଯୁବ ବାହିନୀ ମ୍ୟାଚ୍ର ୨୫ ମିନିଟ୍ରେ ପ୍ରଥମ ଗୋଲ୍ କରି ଅଗ୍ରଣୀ ଲାଭ କରିଥିଲେ। ଆରମ୍ଭରୁ ଭାରତୀୟ ଖେଳାଳି ଶକ୍ତିଶାଳୀ ଇଂଲଣ୍ଡ ଟିମ୍ ଉପରେ ଭାରୀ ପଡ଼ିଥିଲେ। କିନ୍ତୁ ମ୍ୟାଚ୍ର ଶେଷ ସମୟରେ ଇଂଲଣ୍ଡ ଗୋଟିଏ ଗୋଲ୍ ଦେଇ ମ୍ୟାଚ୍କୁ ସମାନ ସ୍ଥିତିକୁ ଆଣିଥିଲା। ଭାରତ ତାରା ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୨୬ ଜୁଲାଇରେ ବିଶ୍ୱ ମାନ୍ୟତାର ୧୬ ତମ ସ୍ଥାନରେ ଥିବା ଆର୍ୟଲ୍ୟାଣ୍ଡ ବିପକ୍ଷରେ ଖେଳିବ।
from OdishaReporter https://ift.tt/2LskFfL
No comments:
Post a Comment