ଏଣିକି ଗାଡ଼ିର ମୂଲ୍ୟ ଅନୁସାରେ ତିନିଟି ସ୍ଲାବ୍‌ରେ ଆଦାୟ ହେବ ଟିକସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଏଣିକି ଗାଡ଼ିର ମୂଲ୍ୟ ଅନୁସାରେ ତିନିଟି ସ୍ଲାବ୍‌ରେ ଆଦାୟ ହେବ ଟିକସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ିର ମୂଲ୍ୟ ଅନୁସାରେ ଏଣିକି ତିନିଟି ସ୍ଲାବ୍‌ରେ ଆଦାୟ ହେବ ଟିକସ। ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ମୋଟର ଯାନ ଆଇନ୍ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଣିକି ୫ ଲକ୍ଷରୁ କମ୍ ଟଙ୍କା ମୂଲ୍ୟର ଗାଡ଼ିଠାରୁ ୬ ପ୍ରତିଶତ, ୫ରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ିଠାରୁ ୮ ପ୍ରତିଶତ ଓ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଗାଡ଼ିଠାରୁ ନିଆଯିବ ୧୦ ପ୍ରତିଶତ ଟିକସ।

ସେହିପରି ଲେବର ସର୍ଭିସ୍ କ୍ୟାଡରର ପୁନର୍ଗଠନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏଣିକି IT ଓ ଷ୍ଟାର୍ଟଅପ୍ ଶିଳ୍ପୋଦ୍ୟୋଗୀଙ୍କୁ ରିହାତି ମୂଲ୍ୟରେ ଘର ଭଡ଼ା ଦିଆଯିବ। ରାଜ୍ୟ ସରକାରଙ୍କ ୬ଟି ବିଲ୍ଡିଂରେ ରିହାତି ମୂଲ୍ୟରେ ବର୍ଗଫୁଟ୍ ପ୍ରତି ୨୦ ଟଙ୍କାରେ ଆଇଟି ଓ ଷ୍ଟାର୍ଟଅପ୍ ଶିଳ୍ପୋଦ୍ୟୋଗୀଙ୍କୁ ଘରଭଡ଼ା ଦିଆଯିବ। ଏଥିସହ ମୋଟ୍ ୧୧ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଥିବା ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।



from OdishaReporter https://ift.tt/2LeSGRB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages