ଜାଣନ୍ତୁ କେମିତି ତିଆରି ହୁଏ ଶୁଖୁଆ ପାମ୍ପଡ଼ ଭଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ଜାଣନ୍ତୁ କେମିତି ତିଆରି ହୁଏ ଶୁଖୁଆ ପାମ୍ପଡ଼ ଭଜା

ଆବଶ୍ୟକ ସାମଗ୍ରୀ: ପାମ୍ପଡ଼, ଚିଙ୍ଗୁଡ଼ି ଶୁଖୁଆ, ହଳଦୀ, ବାଦାମ ଭଜା, ଚିନି, ପିଆଜ, ଟମାଟୋ ବଟା, ତେଲ, ସୋରିଷ ବଟା, ଗାଜର, ଲୁଣ, ଧନିଆ ପତ୍ର, କ୍ୟାପ୍‌ସିକମ୍‌, ମଟର , କଞ୍ଚା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ସେଥିରେ ଚିଙ୍ଗୁଡ଼ି ଶୁଖୁଆକୁ ଧୋଇ ଲୁଣ ହଳଦୀ ଗୋଳାଇ ଭାଜନ୍ତୁ। ପରେ ତାକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ଅଳ୍ପ ଚିନି ପକାନ୍ତୁ। ଚିନି ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ହଳଦୀ ଗୁଣ୍ଡ, ପିଆଜ, କଞ୍ଚାଲଙ୍କା କଟା, ଗାଜର, ବାଦାମ୍‌ ମଞ୍ଜି, ମଟର, କ୍ୟାପ୍‌ସିକମ୍‌ ଭାଜି ଦିଅନ୍ତୁ। ତା’ପରେ ସେଥିରେ  ଟମାଟୋ ବଟା,  ସୋରିଷ ବଟା ଓ ଲୁଣ ପକାନ୍ତୁ।  ଏହା ଗରମ ହୋଇ ପାଣି ମରିଗଲେ ଚିଙ୍ଗୁଡ଼ି ଶୁଖୁଆ ପକାନ୍ତୁ। ତା’ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମସଲା।

ବିରି ପାମ୍ପଡ଼ରେ ଏହି ମସଲାଦେଇ ତାକୁ ରୋଲ୍‌ ଭଳି ମୋଡ଼ି ଦେଇ ଏକ ସୁତାରେ ବାନ୍ଧି ଦିଅନ୍ତୁ। ତାପରେ ତାକୁ ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଶୁଖୁଆ ପାମ୍ପଡ଼ ଭଜା।



from OdishaReporter https://ift.tt/2uci53H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages