ମାତ୍ର ୪ ଟଙ୍କାରେ ପାଇପାରିବେ Redmi Note 5 Pro - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ମାତ୍ର ୪ ଟଙ୍କାରେ ପାଇପାରିବେ Redmi Note 5 Pro

ନୂଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍‌ ମେକର୍‌ ସାଓମି ତା’ର ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ ଆଣିଛି ବମ୍ପର ସେଲ୍‌ଅଫର୍। କମ୍ପାନୀର ୱେବସାଇଟ୍‌ରେ ଏହି ଅଫର୍ ଦିଆଯାଉଛି। ଅଫର୍ ଅନୁଯାୟୀ ଗ୍ରାହକ ମାତ୍ର ୪ ଟଙ୍କାରେ ଏମ୍‌ଆଇ ପ୍ରଡକ୍ଟ କିଣିପାରିବେ। ଏହି ସେଲ୍‌ କାଲିଠୁ ଆରମ୍ଭ ହୋଇସାରିଲାଣି। ଆଜି ଏହି ସେଲ୍‌ର ଦ୍ୱିତୀୟ ଦିନ। ଏହି ସେଲ୍‌ ‌ଆସନ୍ତାକାଲି ଅର୍ଥାତ ୧୨ ଜୁଲାଇ ପର୍ଯ୍ୟନ୍ତ ଚାଲିବ।

୪ ଟଙ୍କାର ଏହି ସେଲ୍‌ରେ ୫୫ ଇଞ୍ଚ୍‌ର Mi LED ସ୍ମାର୍ଟ ଟିଭି, Redmi Note 5 Pro, Redmi Y2 ଓ Mi Band 2 ଉପଲବ୍ଧ। ସେଲ୍‌ଟି ଫ୍ଲାସ୍‌ ସେଲ୍‌ ଭାବେ ସନ୍ଧ୍ୟା ୪ଟାରେ ଆରମ୍ଭ ହେବ ଓ ମାତ୍ର କିଛି କ୍ଷଣରେ ବନ୍ଦ ମଧ୍ୟ ହୋଇଯିବ। ଯଦି ଆପଣଙ୍କ ଭାଗ୍ୟରେ ଥିବ ତେବେ ଆପଣଙ୍କୁ ମାତ୍ର ଚାରି ଟଙ୍କାରେ ଉପରୋକ୍ତ ପ୍ରଡକ୍ଟ ମଧ୍ୟରୁ କିଛି ଗୋଟିଏ ନିଶ୍ଚିୟ ମିଳିଯିବ।

କେବଳ ଏତିକି ନୁହେଁ ଏହି ସେଲ୍‌ରେ  Mi Mix 2 ଓ Mi Max 2 ଉପରେ ୧,୦୦୦ ତଙ୍କାର ରିହାତି ମିଳୁଛି। ଏହା ବ୍ୟତୀତ କମ୍ପାନୀ ମୋବିକ୍ୱିକ୍‌, ଷ୍ଟେଟ୍‌ବ୍ୟାଙ୍କ ଓ ପେଟିଏମ୍‌ ସହ ପାର୍ଟନର୍‌ଶିପ୍‌ କରିଛି। ତେଣୁ ଗ୍ରାହକମାନଙ୍କୁ କ୍ୟାଶ୍‌ବ୍ୟାକ୍‌ ଓ ଡିସ୍‌କାଉଣ୍ଟ୍‌ ମଧ୍ୟ ଦିଆଯିବ।

ସେଲ୍‌ ସମୟରେ SBI କ୍ରେଡିଟ୍‌ କାର୍ଡରୁ ଅତି କମ୍‌ରେ ୭,୫୦୦ ଟଙ୍କାର ଜିନିଷ କିଣିଲେ ଗ୍ରାହକଙ୍କୁ ୫୦୦ ଟଙ୍କାର ରିହାତି ମିଳିବ। ସେହିପରି Paytmରୁ ଅତି କମ୍‌ରେ ୮,୯୯୯ ଟଙ୍କାର ଶପିଂ କଲେ ୫୦୦ ଟଙ୍କାର ରିହାତି ମିଳିବ। MobiKwikରୁ ମଧ୍ୟ ଶପିଂ କଲେ ୨୫ ପ୍ରତିଶତ ଯାଏଁ କ୍ୟାଶ୍‌ବ୍ୟାକ ମିଳିବ।

ଲିମିଟେଡ୍‌ କ୍ୱାଣ୍ଟିଟି କମ୍ବୋ ଅଫର ଅନୁଯାୟୀ ଯଦି ଆପଣ ଭାଗ୍ୟଶାଳୀ ହୋଇଥିବେ ତେବେ Redmi Note 5 ଓ Mi VR Play 2 ଆପଣଙ୍କୁ ମାତ୍ର ୯୯୯୯ ଟଙ୍କାରେ ମିଳିଯିବ। ଆଉ ଏକ କମ୍ବୋ ଅଫର୍‌ଟି ହେଉଛି Redmi Y1ଓ Mi Bluetooth ମାତ୍ର ୮,୯୯୯ ଟଙ୍କାରେ ମିଳିବ। ଏହା ବ୍ୟତୀତ Miପକେଟ୍‌ ସ୍ପିକର୍ ଓ Mi‌ଇୟରଫୋନ୍‌ କମ୍ବୋ ଆପଣଙ୍କୁ ମାତ୍ର ୧,୪୯୯ ଟଙ୍କାରେ ମିଳିଯିବ। ଏହି ସବୁ ଅଫର୍‌ ସହ ଆହୁରି ଅନେକ କମ୍ବୋ ଅଫର୍‌ ରହିଛି ଯାହା ଆପଣ କମ୍ପାନୀର ୱେବ୍‌ସାଇଟ୍‌ ଦେଖିଲେ ଜାଣିପାରିବେ।



from OdishaReporter https://ift.tt/2N7gQKi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages