
ଆମେ ଠାକୁର ଘରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଓ ଫଟୋ ରଖି ପୂଜା କରିଥାଉ। କେହି କେହି ଶିବ଼ ପାର୍ବତୀଙ୍କ ଯୁଗଳ ଫଟୋ ରଖି ପୂଜା କରନ୍ତି ତ ଆଉ କିଏ ମା’ କାଳୀଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି। ଏପରି କଲେ ସୁଖ ଓ ସମୃଦ୍ଧି ବଢ଼ିବା ସହ ମନକୁ ଶାନ୍ତି ମିଳିଥାଏ ବୋଲି ଆମର ବିଶ୍ୱାସ ରହିଛି। ତେବେ ଆଜି ଆସନ୍ତୁ ଜାଣିବା ବାସ୍ତୁ ବିଜ୍ଞାନ ଅନୁସାରେ ଠାକୁର ଘରେ କିଭଳି ଭାବରେ ଠାକୁରଙ୍କ ଫଟୋ ଓ ମୂର୍ତ୍ତି ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
୧-ବାସ୍ତୁ ବିଜ୍ଞାନ ଅନୁସାରେ ଘରେ ଦେବୀ କିମ୍ୱା ଦେବତାଙ୍କ ଠିଆ ହୋଇଥିବା ଫଟୋ ଓ ମୂର୍ତ୍ତି ରଖନ୍ତୁ ନାହିଁ। ଏହା ବଦଳରେ ଆସନରେ ବିରାଜମାନ କରିଥିବା ଠାକୁର ଫଟୋ ରଖିଲେ ଅଧିକ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ।
୨- ପୂଜା କରିବା ସମୟରେ ପ୍ରଥମେ ଦେବୀ-ଦେବତାଙ୍କ ଆବାହନ କରାଯାଇ ତାଙ୍କୁ ପୂଜା ସ୍ଥାନରେ ବିରାଜମାନ କରାଯାଇଥାଏ। ଯାହାର ଉଦ୍ଦେଶ୍ୟ ହେଉଛି ଯେ ଘରେ ତମେ ଠାକୁରଙ୍କୁ ରହିବାକୁ ସ୍ଥାନ ଦେଲ। ଯଦି ଠିଆ ହୋଇଥିବା ଠାକୁରଙ୍କ ଫଟୋ ବା ମୂର୍ତ୍ତି ରହେ ତା’ହେଲେ ସେ ବିଦାୟ ନେଉଥାଆନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଠିଆ ହୋଇଥିବା ଠାକୁର ଫଟୋ କିମ୍ୱା ମୂର୍ତ୍ତି ବଦଳରେ ବସିଥିବା ଠାକୁରଙ୍କ ଫଟୋ ରଖିଲେ ଅଧିକ ଶୁଭ ବୋଲି ଗ୍ରହଣ କରାଯାଇଥାଏ।
୩- ଘରେ ମାଆ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଓ କୁବେରଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖନ୍ତୁ ନାହିଁ। ଯଦି ଏହି ଠାକୁରଙ୍କ ମୂର୍ତ୍ତି ରଖୁଛନ୍ତି ଆସନରେ ବିରାଜମାନ ମୂର୍ତ୍ତି ରଖନ୍ତୁ। ଏପରି କଲେ ଶୁଭ ଫଳ ମିଳିଥାଏ।
୪- ଠାକୁର ଘରେ ସବୁବେଳେ ଲଡୁ ଗୋପାଳଙ୍କ ବସିଥିବା ଫଟୋ କିମ୍ୱା ମୂର୍ତ୍ତି ରଖନ୍ତୁ। କାରଣ ଏହାର ବିଶେଷ ମହତ୍ତ୍ୱ ରହିଛି।
୫- ଘରେ ମା’କାଳୀଙ୍କ ଭୟଙ୍କର ଦେଖାଯାଉଥିବା ଫଟୋ ଓ ମୂର୍ତ୍ତି ରଖନ୍ତୁ ନାହିଁ। ସେହିପରି ମା’ କାଳୀ ଭଗବାନ ଶିବଙ୍କ ଉପରେ ବାମ ପାଦ ରଖିଥିବା ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ। ଏପରି ମୂର୍ତ୍ତିକୁ ଶ୍ମଶାନ କାଳୀ ବୋଲି କୁହାଯାଇଥାଏ। ଯାହା ବିଧ୍ୱଂସର ପ୍ରତୀକ ହୋଇଥାଏ।
from OdishaReporter https://ift.tt/2KUcGJg
No comments:
Post a Comment