ଜୀବନ ବଞ୍ଚାଇବାର ତାଲିମ ଦିଆଯାଉଥିଲା, ଜୀବନ ଚାଲିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଜୀବନ ବଞ୍ଚାଇବାର ତାଲିମ ଦିଆଯାଉଥିଲା, ଜୀବନ ଚାଲିଗଲା

death

ନୂଆଦିଲ୍ଲୀ: ତାମିଲନାଡ଼ୁର କୋଏମ୍ବାଟୋର୍‌ରେ ଏକ କଲେଜ୍‌ରେ ଗୁରୁବାର ଡିଜାଷ୍ଟର୍ ଡ୍ରିଲ୍‌ ବେଳେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୋକେଶ୍ୱରୀ। ସେ କଲାଇ ମଗଲ କଳା ଓ ବିଜ୍ଞାନ କଲେଜରେ ବିବିଏର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ।

କୌଣସି ପ୍ରକାର ବିପଦକାଳୀନ ସ୍ଥିତିରେ ଛାତ୍ରଛାତ୍ରୀମାନେ କିପରି କଲେଜ କୋଠାରୁ ସୁରକ୍ଷିତ ବାହାରି ପାରିବେ, ସେ ନେଇ ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ କଲେଜ ପରିସରରେ ଏକ ଡିଜାଷ୍ଟର ଡ୍ରିଲ୍‌ର ଆୟୋଜନ କରାଯାଇଥିଲା। ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ଲୋକେଶ୍ୱରୀ ବି ଏଥିରେ ସାମିଲ ହୋଇଥିଲେ। ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ ପ୍ରଶିକ୍ଷଣ ବେଳେ ସେ କଲେଜ କୋଠାର ଦୁଇ ମହଲାରେ ଥିବା ବାଲ୍‌କନୀରେ ବସିଛନ୍ତି। ପ୍ରଶିକ୍ଷକ ତାଙ୍କୁ ସେଠାରୁ ଡେଇଁବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। କିନ୍ତୁ ସେ ଅମଙ୍ଗ ହେଉଛନ୍ତି। ସେଠାରୁ ଡେଇଁବାକୁ ତାଙ୍କର ଇଚ୍ଛା ନଥିଲା। କିଛି ସମୟ ପରେ ପ୍ରଶିକ୍ଷକ ତାଙ୍କୁ ଧକ୍କା ଦେଇ ଦେଇଥିଲେ। ତାଙ୍କୁ ଧରିବା ପାଇଁ ତଳେ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଏଥିପାଇଁ ନିୟୋଜିତ ଲୋକେ ତାଙ୍କୁ ଧରିପାରି ନ ଥିଲେ। ଲୋକେଶ୍ୱରୀ ତଳେ ପଡ଼ି ଯାଇଥିଲେ। ତା’ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ୍ ଉକ୍ତ ପ୍ରଶିକ୍ଷକଙ୍କୁ ଗିରଫ କରିଛି।

 

 



from OdishaReporter https://ift.tt/2urHZQt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages