ବ୍ୟବସାୟରେ କ୍ଷତି ସହୁଛନ୍ତି କି? ଆଜି ହିଁ ଘରେ ଆଣି ରଖନ୍ତୁ ଲକି କ୍ୟାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ବ୍ୟବସାୟରେ କ୍ଷତି ସହୁଛନ୍ତି କି? ଆଜି ହିଁ ଘରେ ଆଣି ରଖନ୍ତୁ ଲକି କ୍ୟାଟ୍‌

cat1

ସାଧାରଣତଃ ବ୍ୟବସାୟରେ ଲାଭ ସହ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। କିଏ ଖୁବ୍‌ କମ୍ ଦିନରେ ବ୍ୟବସାୟରେ ବେଶ୍‌ ଉନ୍ନତି କରିଥାଏ ତ ଆଉ କିଏ ଆରମ୍ଭରୁ ହିଁ କ୍ଷତି ସହିଥାଏ। ଯଦି ଆପଣ ବ୍ୟବସାୟରେ କ୍ଷତି ସହୁଛନ୍ତି, ତେବେ ଫେଙ୍ଗଶୁଇ ଶାସ୍ତ୍ରର ସାହାଯ୍ୟ ନେଇପାରିବେ। ଫେଙ୍ଗଶୁଇରେ ଅନେକ ପ୍ରକାର ଜିନିଷ ରହିଛି। ଯେପରିକି  ଲାଫିଙ୍ଗ୍‌ ବୁଦ୍ଧ, ବିଡ୍‌ ଚାଇମ୍ ଓ ଲକି କ୍ୟାଟ୍‌ । ଏଗୁଡ଼ିକୁ ଆପଣ ଘରେ କିମ୍ୱା ଅଫିସ୍‌ରେ ରଖି ନିଜର ସମସ୍ୟା ଦୂର କରି ପାରିବେ। ଲକି କ୍ୟାଟ୍ ଦ୍ୱାରା କିପରି ନିଜ ସମସ୍ୟାର ସମାଧାନ କରିପାରିବେ ଆସନ୍ତୁ ଜାଣିବ।

୧- ଯଦି ବ୍ୟବସାୟରେ କ୍ଷତି ସହିବାକୁ ପଡ଼ୁଛି ଦୋକାନ କିମ୍ୱା ଅଫିସ୍‌ରେ ପଶ୍ଚିମ ଦିଗରେ ଲକି କ୍ୟାଟ୍‌କୁ ରଖନ୍ତୁ । ଏଥିପାଇଁ ହଳଦିଆ କିମ୍ୱା ଧଳା ରଙ୍ଗର ଲକି କ୍ୟାଟ୍‌ ରଖିବା ଉଚିତ୍ ହେବ।

୨- ଗୋଲଡେନ୍‌ ରଙ୍ଗର ଲକି କ୍ୟାଟ୍‌ ଘରେ ରଖିଲେ ଘରର ସୁଖ ଓ ସମୃଦ୍ଧି ବଢ଼ିଥାଏ। ଘରର ମୁଖ୍ୟଦ୍ୱାରରେ ଏହି ଲକି କ୍ୟାଟ୍‌କୁ ରଖିପାରିବେ।

୩- ଯଦି ଆପଣ ଦୀର୍ଘ ଦିନ ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ନିଜ ରୁମ୍‌ର ପୂର୍ବ ଦିଗରେ  ନୀଳ ରଙ୍ଗର ଲକି କ୍ୟାଟ୍‌ ରଖିପାରିବେ। ଏହାଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ।

୪- ଖରାପ ନଜର ବା ଦୃଷ୍ଟିରୁ ରକ୍ଷା ପାଇବାକୁ ହେଲେ ଘରେ ସବୁଜ ରଙ୍ଗର ଲକି କ୍ୟାଟ୍‌କୁ ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ୱାରା  ଘରୁ ନକାରାତ୍ମକ ଶକ୍ତି ଦୂରେଇଯାଏ।



from OdishaReporter https://ift.tt/2NdPLoN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages