ମୁଖ୍ୟମନ୍ତ୍ରୀଙ୍କୁ ଭୟ ଘାରିଛି, ଗୁରୁପ୍ରିୟା ଲୋକାର୍ପଣ ପୂର୍ବରୁ ୫ କଂଗ୍ରେସ କର୍ମୀଙ୍କୁ ଉଠାଇ ଆଣିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ମୁଖ୍ୟମନ୍ତ୍ରୀଙ୍କୁ ଭୟ ଘାରିଛି, ଗୁରୁପ୍ରିୟା ଲୋକାର୍ପଣ ପୂର୍ବରୁ ୫ କଂଗ୍ରେସ କର୍ମୀଙ୍କୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଲୋକାର୍ପିତ ହେବ ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ଏହା ପୂର୍ବରୁ ଆଜି ୫ ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇ ଆଣିଛି ପୁଲିସ। ଜିଲ୍ଲା କଂଗ୍ରେସ ଅଫିସ୍‌ରୁ ସେମାନଙ୍କୁ ଉଠାଇ ଅଣାଯାଇଛି।

ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ଲୋକାର୍ପଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ସଚିବ ନଳିନୀ ପ୍ରଧାନ ଆଜି ମାଲକାନଗିରି ଯାଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ମାଓ ପ୍ରଭାବିତ ବିଚ୍ଛିନ୍ନାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୬ ବାଟାଲିୟନ୍ ସୁରକ୍ଷା ବାହିନୀ ଓ ବ୍ଲାକ୍ କ୍ୟାଟ୍ କମାଣ୍ଡୋ ମୁତୟନ କରାଯାଇଥିବା ଏସ୍‌ପି କହିଛନ୍ତି।

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି-“୪୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଗୁରୁପ୍ରିୟା ସେତୁ। ଏହି ସେତୁ ଆସନ୍ତାକାଲି ଲୋକାର୍ପିତ ହେଲେ ବିଚ୍ଛିନ୍ନାଞ୍ଚଳର ପ୍ରାୟ ୩୦,୦୦୦ ଲୋକ ଯିବା ଆସିବା କରିପାରିବେ। ଏହାଛଡ଼ା ଦୁର୍ଗମ ଅଞ୍ଚଳର ବିକାଶ କାର୍ଯ୍ୟ ସମ୍ଭବ ହୋଇପାରିବ।”



from OdishaReporter https://ift.tt/2uRqdHe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages