ଉଗାଣ୍ଡାରେ ପ୍ରଧାନମନ୍ତ୍ରୀ ମୋଦି: ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ମଜଭୁତ୍‌ କରିବାକୁ ଦେଲେ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଉଗାଣ୍ଡାରେ ପ୍ରଧାନମନ୍ତ୍ରୀ ମୋଦି: ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ମଜଭୁତ୍‌ କରିବାକୁ ଦେଲେ ଆହ୍ୱାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଫ୍ରିକା ମହାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପାଞ୍ଚ ଦିନିଆ ଗସ୍ତ ଅବସରରେ ମୋଦି ଆଜି ପହଞ୍ଚିଛନ୍ତି ଉଗାଣ୍ଡାରେ। ଏହି ଅବସରରେ ମୋଦି ଉଗାଣ୍ଡା ରାଷ୍ଟ୍ରପତି ୟୁଏରୀ ମୁସଭେନୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବିଶେଷ କରି ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ନେଇ ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ଆୟୋଜିତ ହୋଇଥିବା ବ୍ୟବସାୟିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ମୋଦି। ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ମଜଭୂତ କରିବା ନେଇ ଆହ୍ୱାନ ଦେଇଛନ୍ତି ମୋଦି। ଏହାସହ ଦୁଇ ଦେଶର ବିକାଶରେ ଯୁବ ପିଢ଼ିଙ୍କ ଭୂମିକା ବହୁ ଗୁରୁତ୍ୱବହନ କରୁଥିବା ସେ କହିଛନ୍ତି। ୨୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଉଗାଣ୍ଡା ଗସ୍ତ କରିଛନ୍ତି। ସେପଟେ ଲୋକସଭା ଅଧିବେଶନ୍ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ସମାଲୋଚନା କରିଛି କଂଗ୍ରେସ।



from OdishaReporter https://ift.tt/2JSW8vM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages