ରାଞ୍ଚିରେ ଆଉ ଏକ ବୁରାରି ଟ୍ରାଜେଡି: ଗୋଟିଏ ପରିବାରର ୭ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ରାଞ୍ଚିରେ ଆଉ ଏକ ବୁରାରି ଟ୍ରାଜେଡି: ଗୋଟିଏ ପରିବାରର ୭ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଞ୍ଚି: ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ, ରାଞ୍ଚିରେ ଏହାର ପୁନରାବୃତ୍ତି ଘଟିଛି।

ରାଞ୍ଚି ଅନ୍ତର୍ଗତ କାଙ୍କେ ସ୍ଥିତ ଆରସାଣ୍ଡେ ଠାରେ ଆଜି ଗୋଟିଏ ଘରୁ ୭ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ୨ଜଣ ବରିଷ୍ଠ ନାଗରିକ ଅଛନ୍ତି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ।

ଏହା ହତ୍ୟା ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ।

ଦିଲ୍ଲୀ ଓ ହଜାରିବାଗ ପରେ ତୃତୀୟ ଥର ପାଇଁ ଏଭଳି ଗୋଟିଏ ପରିବାରର ସଦସ୍ୟମାନଙ୍କ ସାମୂହିକ ମୃତଦେହ ମିଳିଛି।

ପୁଲିସ୍‌ ଆଜି ସକାଳ ୧୧ଟାରେ ପହଞ୍ଚି ମୃତେଦହଗୁଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ପରିବାରବର୍ଗଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ସେମାନେ ଏପରି ସାମୂହିକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।

ଏଥିସହ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ବୟାନ ରେକର୍ଡ କରାଯାଇଛି।



from OdishaReporter https://ift.tt/2AsEf7k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages