ଶସ୍ତାରେ ହୋଇଛି ରାଫେଲ୍‌ ଚୁକ୍ତି, ବିମାନ ପିଛା ୫୯ କୋଟି ଟଙ୍କା ବଞ୍ଚିଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଶସ୍ତାରେ ହୋଇଛି ରାଫେଲ୍‌ ଚୁକ୍ତି, ବିମାନ ପିଛା ୫୯ କୋଟି ଟଙ୍କା ବଞ୍ଚିଲା!

ନୂଆଦିଲ୍ଲୀ: ରାଫେଲ୍‌ ଏୟାରକ୍ରାଫ୍ଟ୍‌ ଚୁକ୍ତିକୁ ନେଇ କଂଗ୍ରେସ୍‌ ଓ ବିଜେପି ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ କଂଗ୍ରେସ୍‌ ନେତାମାନେ ରାଫେଲ୍‌ ଚୁକ୍ତିରେ ମୋଦି ସରକାର ଅନିୟମିତତା କରିଥିବା ଓ ଅଧିକ ଦାମ୍‌ରେ ବିମାନ କିଣୁଥିବା ଅଭିଯୋଗ କରୁଛନ୍ତି। ହେଲେ ଏବେ ଏମିତି ଏକ ତଥ୍ୟ ଆସିଛି ଯାହା କଂଗ୍ରେସ୍‌କୁ ହତାଶ କରିପାରେ। ଏହି ତଥ୍ୟ ଅନୁସାରେ ୟୁପିଏ ସରକାର ସମୟରେ ହୋଇଥିବା ଚୁକ୍ତି ତୁଳନାରେ ମୋଦି ସରକାର କରିଥିବା ଚୁକ୍ତି ଶସ୍ତା ରହିଛି। ୟୁପିଏ ସରକାର ସମୟରେ ଗୋଟିଏ ରାଫେଲ୍‌ ଏୟାରକ୍ରାଫ୍ଟ କିଣିବା ପାଇଁ ଯେତିକି ଟଙ୍କା ଚୁକ୍ତି ହୋଇଥିଲା ତା’ଠାରୁ ୫୯ କୋଟି ଟଙ୍କା କମ୍‌ରେ ଚୁକ୍ତି କରିଛନ୍ତି ମୋଦି ସରକାର।

rafaleତଥ୍ୟ ଅନୁସାରେ, ୟୁପିଏ ସରକାରଙ୍କ ସମୟରେ ୩୬ଟି ରାଫେଲ୍‌ ଏୟାରକ୍ରାଫ୍ଟ୍‌ ପାଇଁ ଚୁକ୍ତି ହୋଇଥିଲା। ପ୍ରତି ଏୟାରକ୍ରାଫ୍ଟ୍‌ ପାଇଁ ୧୭୦୫ କୋଟି ଟଙ୍କାର ଚୁକ୍ତି ହୋଇଥିଲା।  ହେଲେ ମୋଦି ସରକାର ପ୍ରତି ଏୟାରକ୍ରାଫ୍ଟ୍‌ ପାଇଁ ୧୬୪୬ କୋଟି ଟଙ୍କାରେ ଚୁକ୍ତି କରିଛନ୍ତି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି। ମୋଦି ସରକାର ଯେଉଁ ରାଫେଲ୍‌ ଏୟାରକ୍ରାଫ୍ଟ ପାଇଁ ଚୁକ୍ତି କରିଛନ୍ତି, ତାହା ୟୁପିଏ ସରକାର ସମୟରେ କିଣା ଯିବା ପାଇଁ ଚୁକ୍ତି ହୋଇଥିବା ଏୟାରକ୍ରାଫ୍ଟ୍‌ ତୁଳନାରେ ଟେକ୍‌ନିକ୍ ଦୃଷ୍ଟିରୁ ଅଧିକ ଶକ୍ତିଶାଳୀ। ଏଥିରେ METEOR ଓ SCALP ପରି ମିସାଇଲ୍‌ ସିଷ୍ଟମ୍‌ ରହିଛି। ମୋଦି ସରକାର ଆଣୁଥିବା ଏହି ଏୟାରକ୍ରାଫ୍ଟରେ ୧୩ଟି ବିଶେଷ ସୁବିଧା ମଧ୍ୟ ରହିଛି, ଯାହା ଅନ୍ୟ କୌଣସି ଦେଶକୁ ଦିଆଯାଇ ନଥାଏ।

rafaleମୋଦି ସରକାର ୩ ଗୁଣା ଅଧିକ ଦାମ୍‌ ଦେଇ ରାଫେଲ୍‌ ଏୟାରକ୍ରାଫ୍ଟ୍‌ କିଣୁଛନ୍ତି ବୋଲି କଂଗ୍ରେସ୍‌ ଅଭିଯୋଗ କରିଆସୁଛି।  ପୂର୍ବତନ ରକ୍ଷାମନ୍ତ୍ରୀ ଏକେ ଆଣ୍ଟୋନୀ କହିଥିଲେ, “ଏକାଧିକ କମ୍ପାନୀଙ୍କ ସହ କଥା ହେବା ପରେ ୨୦୧୨ରେ ରାଫେଲ୍‌କୁ ଚୟନ କରାଯାଇଥିଲା ଓ ୧୨୬ଟି ଏୟାରକ୍ରାଫ୍ଟ ଆଣିବାକୁ ଫ୍ରାନ୍ସ ସରକାରଙ୍କ ସହ ଆଲୋଚନା କରାଯାଇଥିଲା। ମୋଦି ସରକାର ଯେଉଁ କମ୍ପାନୀ ସହ ଏହି ଚୁକ୍ତି କରିଛନ୍ତି, ତା’ ପାଖରେ ନା ବେସାମରିକ ବିମାନ ନିର୍ମାଣ କରିବାର ଅଭିଜ୍ଞତା ରହିଛି ନା ସାମରିକ ବିମାନ ତିଆରି କରିବାର ଅଭିଜ୍ଞତା ରହିଛି।”

ସୌଜନ୍ୟ: ଆଜ୍‌ତକ୍‌



from OdishaReporter https://ift.tt/2JPDbtH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages