କୁଲଦୀପଙ୍କ ଯାଦୁରେ ଇଂଲଣ୍ଡ ଧରାସାୟୀ: ୫୦ ଓଭର୍‌ ସମ୍ପୂର୍ଣ୍ଣ ଖେଳି ପାରିଲାନାହିଁ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

କୁଲଦୀପଙ୍କ ଯାଦୁରେ ଇଂଲଣ୍ଡ ଧରାସାୟୀ: ୫୦ ଓଭର୍‌ ସମ୍ପୂର୍ଣ୍ଣ ଖେଳି ପାରିଲାନାହିଁ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଇନା ମ୍ୟାନ୍‌ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ଇଂଲଣ୍ଡର ବ୍ୟାଟିଂ ବିଭାଗ। ୧୦ ଓଭର୍‌ ବୋଲିଂ ସ୍ପେଲ୍‌ରେ ମାତ୍ର ୨୫ ରନ ଖର୍ଚ୍ଚ କରି ସେ ୬ଟି ମୂଲ୍ୟବାନ ୱିକେଟ୍‌ ହାତେଇଛନ୍ତି। ତାଙ୍କ ବୋଲିଂ ଯାଦୁରେ ଇଂଲଣ୍ଡର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି। କୁଲଦୀପଙ୍କ ବ୍ୟତୀତ ଉମେଶ ଯାଦବ ୨ଟି ଓ ଚହଲ ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି। ହେଲେ ନିଜର ଡେବ୍ୟୁ ମ୍ୟାଚ୍‌ରେ କିଛି ଖାସ୍ କରିପାରିନାହାନ୍ତି ସିଦ୍ଧାର୍ଥ କଲ୍‌। ସେ ୧୦ ଓଭର୍‌ରେ ୬୨ ରନ୍‌ ଖର୍ଚ୍ଚ କରିଥିବା ବେଳେ କୌଣସି ୱିକେଟ୍‌ ହାସଲ କରିପାରିନାହାନ୍ତି।

ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଆଜି ଟ୍ରେଣ୍ଟବ୍ରିଜ୍‌ ଠାରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭର୍‌ରେ ୨୬୮ ରନ୍‌ କରି ଅଲଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ଅଲ୍‌ରାଉଣ୍ଡର୍ ବେନ୍‌ ଷ୍ଟୋକ୍ସ୍‌ ଓ ଜସ୍‌ ବଟଲର୍‌ ଧର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଫଳରେ ଦଳର ସ୍କୋର ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଛି। ଏହି ଦଇ ଜଣ ଖେଳାଳିଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲର୍‌ଙ୍କୁ ସାମ୍ନା କରିପାରନଥିଲେ।



from OdishaReporter https://ift.tt/2L1dStx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages