ଅଧମ ନରହନ୍ତା ଧରମ ପୁଅର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଅଧମ ନରହନ୍ତା ଧରମ ପୁଅର କାହାଣୀ

ଭଦ୍ରକ (ତପନ ସ୍ୱାଇଁ): ଧରମ ପୁଅ କଲା ଅଧର୍ମ କାମ। ଯେଉଁମାନେ ତାକୁ ବାପା ଓ ମାଆର ସ୍ନେହ ଦେଉଥିଲେ, ସେମାନଙ୍କୁ ଅତି ବିଭତ୍ସଭାବେ ହତ୍ୟା କଲା। ଏପରିକି ଭାଇଠାରୁ ତାକୁ ଅଧିକ ଭଲ ପାଉଥିବା ଧରମ ଭଉଣୀର ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲା। ସେ ତା’ ପିଲା ଦିନର ଦୁଃଖ ଓ ଯନ୍ତ୍ରଣାର ପ୍ରତିଶୋଧ ନେଇଛି ବୋଲି ଏବେ ସଫେଇ ଦେଉଛି। ଅତି ବୀଭତ୍ସ ଭାବେ ଧରମ ବାପାଙ୍କୁ ମଦ ପିଆଇ ପାଣିକୁ ଠେଲି ଦେଇଥିବା ବେଳେ ଶିଳପୁଆରେ ଛେଚି ମାଆକୁ ହତ୍ୟା କରିଛି। ଏ ସମସ୍ତ ଘଟଣା ଭଦ୍ରକ ପୁଲିସ୍‌ ପାଖରେ ସ୍ୱୀକାର କରିଛି ଅଭିଯୁକ୍ତ ବବୁଆ ମହାନ୍ତି।

ଭଦ୍ରକ ଏସ୍‌ପି ବାତୁଲା ଗଙ୍ଗାଧରଙ୍କ କହିବା ଅନୁସାରେ, ଧରମ ପୁଅ ଗୋପୀନାଥ ମହାନ୍ତି ଓରଫ ବବୁଆ ଭୁବନେଶ୍ୱରରେ ଏକ ମଦ ଦୋକାନରେ କାମ କରନ୍ତି। ନିଜ ଷଡ଼ଯନ୍ତ୍ରକୁ ରୂପ ଦେବା ପାଇଁ ରବିବାର ଘରକୁ ଆସିଥିଲା। ସେ ପ୍ରଥମେ ନିଜର ଧରମ ବାପା ରବୀନ୍ଦ୍ର ବେହୁରିଆକୁ ଫୋନ୍‌ କରି ବାରିକପୁରକୁ ଡାକିଥିଲା। ଡାକରା ପାଇ ରବୀନ୍ଦ୍ର ବାଇକ୍‌ରେ ବାରିକପୁରରେ ପହଞ୍ଚି ଥିଲେ। ସେଠାରେ ଏକ ଏଟିଏମ୍‌ରୁ ଟଙ୍କା ଉଠାଇ ଉଭୟ ସାଙ୍ଗ ହୋଇ ମଦ ପିଇଥିଲେ। ମଦ ପିଇବା ପରେ ରବୀନ୍ଦ୍ର ନିଶାରେ ଚୂର ହୋଇଯାଇଥିଲେ। ଏହାର ସୁଯୋଗ ନେଇ ବବୁଆ ତାଙ୍କ (ରବୀନ୍ଦ୍ର) ପାଖରେ ଥିବା ଏଟିଏମ୍‌ କାର୍ଡ ଓ ମୋବାଇଲ୍‌ ନେଇଯାଇଥିଲା। ପରେ ତାଙ୍କୁ (ରବୀନ୍ଦ୍ର) ଚନ୍ଦ୍ରପୁର ପୋଲ ପାଖକୁ ନେଇ ପାଣିକୁ ଠେଲି ଦେଇଥିଲା। ତା’ପରେ ରବୀନ୍ଦ୍ରଙ୍କ ବାଇକ୍‌ରେ ବବୁଆ ତାରସାରି ଗାଁକୁ ଫେରିଥିଲା। ଘର ବାହାରେ ରବୀନ୍ଦ୍ରଙ୍କ ମୋବାଇଲ୍‌ରୁ ଧରମ ମାଆଙ୍କୁ ଫୋନ୍‌ କରିଥିଲା। ସ୍ୱାମୀ ଆସିଛନ୍ତି ବୋଲି ଭାବି ରବୀନ୍ଦ୍ରଙ୍କ ସ୍ତ୍ରୀ କବାଟ ଖୋଲି ଦେଇଥିଲେ। ଏହି ସମୟରେ ବବୁଆ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପାଟି ଶୁଣି ଘରେ ଥିବା ସାନ ଝିଅ ସୁରତରେ ରହୁଥିବା ପୁଅ ପାଖକୁ ଫୋନ୍‌ରେ ଜଣାଇଥିଲେ। ସେ (ରବୀନ୍ଦ୍ରଙ୍କ ପୁଅ) ସଙ୍ଗେ ସଙ୍ଗେ ତାଙ୍କ ଦାଦାଙ୍କୁ ଫୋନ୍‌ କରି ଏହି କଥା କହିଥିଲେ। ଏହା ଭିତରେ ରବୀନ୍ଦ୍ରଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ ବାବୁଆ ଶିଳପୁଆରେ ଛେଚି ହତ୍ୟା କରିସାରି ଥିଲା ବବୁଆ।

ଧରମ ମାଆକୁ ହତ୍ୟା କରିବା ପରେ ଟାର୍ଗେଟରେ ଥିଲା ଧରମ ଭଉଣୀ। ତା’ର ହାତଗୋଡ଼ ବାନ୍ଧି ବଳାତ୍କାର କରିଥିଲା ବବୁଆ। ତା’ପରେ ଆଲ୍‌ମିରାରେ ଥିବା ସୁନା ଓ ଟଙ୍କା ଲୁଟି ନେଇଥିଲା। ଏହି ସମୟରେ ପଡ଼ିଶା ଘରର ଲୋକେ ଚାଲିଆସିବାରୁ ଘରର ପଛ ପାଖ କବାଟ ଦେଇ ଚମ୍ପଟ ମାରିଥିଲା ବବୁଆ। ସେଠାରୁ ସେ ଭୁବନେଶ୍ୱର ପଳାଇ ଆସିଥିଲା ବୋଲି ଭଦ୍ରକ ଏସ୍‌ପି କହିଛନ୍ତି।

ଛାତି ତଳର କୋହ ବଖାଣିଲେ ଅଭିଯୁକ୍ତ ବବୁଆ

ଦୁଇ ଜଣଙ୍କୁ ହତ୍ୟା କରିଥିବାରୁ ଅନୁତାପ କରୁଛନ୍ତି ବବୁଆ। ମନେ ପକାଇଛନ୍ତି ପିଲା ଦିନର ଛାତି ଥରା କଥା। “ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ଟିକେ ଟିକେ କଥାରେ ମୋ (ବବୁଆର) ମାଆ ଏବଂ ବାପାଙ୍କୁ ମାଡ଼ ମାରୁଥିଲେ। ମୋ ମାଆର ବେକରେ ଶାବଳ ପକାଇ ମାଡ଼ ମାରୁଥିଲେ। ଏପରିକି ମୋତେ ମଧ୍ୟ ମାରୁଥିଲେ। ସେତେବେଳେ ଛୋଟ ପିଲା ଥିବାରୁ କିଛି ବୁଝି ପାରୁନଥିଲି। କେବଳ କାନ୍ଦୁଥିଲି। ମାଆକୁ ପଚାରିଲେ ମଧ୍ୟ ସେ ମୋତେ ବୁଝାଇ ପାରେ ନାହିଁ। ଷଷ୍ଠରେ ପଢ଼ୁଥିବାରେ ମାଆଙ୍କ ମୃତ୍ୟୁ ହୋଇଗଲା। ଏହା ପରେ ମଧ୍ୟ ମୋ ବାପାଙ୍କ ଉପରେ ସେମାନେ ଅତ୍ୟାଚାର କରୁଥିଲେ। ଛୋଟବେଳୁ ଏହା ଦେଖି ଦେଖି ବଡ଼ ହୋଇଛି। ସେବେଠାରୁ ସେମାନଙ୍କ ପରିବାରକୁ ନିପାତ କରିବା ପାଇଁ ଚିନ୍ତା କରୁଥିଲି। ମାତ୍ର ମାରିପାରି ନଥିଲି। ରବିବାର ଦିନ ଠିକ୍‌ ସମୟ ପାଇଲି ଏବଂ ସେମାନଙ୍କୁ ମାରିଦେଲି। ମାତ୍ର କିଏ ଜଣେ ଚାଲି ଆସିବାରୁ ଝିଅଟି ବଞ୍ଚିଗଲା” ବୋଲି ଅଭିଯୁକ୍ତ ବବୁଆ କହିଛି।

ଟଙ୍କା ଲୁଟ୍‌ ପାଇଁ ମର୍ଡର

ରବୀନ୍ଦ୍ରଙ୍କର ବଡ଼ ଝିଅର ଯୌତୁକ ନିର୍ଯାତନା ଜନିତ ମୃତ୍ୟୁ ଘଟିଥିଲା। ଏହି ମାମଲାର ଆପୋସ ସମାଧାନ କରାଯାଇଥିଲା। ଏଥିପାଇଁ ରବୀନ୍ଦ୍ରକୁ ୨ ଲକ୍ଷ ଟଙ୍କା ମିଳିଥିଲା। ସେହି ଟଙ୍କାରୁ ୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଓ ବଳକା ଟଙ୍କା ଘର ଆଲ୍‌ମିରାରେ ରଖିଥିଲେ ରବୀନ୍ଦ୍ର। ଏ ସମସ୍ତ ଘଟଣା ବବୁଆ ଜାଣିଥିଲା। ଏହି ଟଙ୍କାକୁ ହାତେଇବା ପାଇଁ ସେ ଦୁଇ ଜଣଙ୍କୁ ହତ୍ୟା କରିଥିଲା। ଏପରିକି ରବୀନ୍ଦ୍ରଙ୍କ ଝିଅକୁ ଦୁଷ୍କର୍ମ ମଧ୍ୟ କରିଥିବା ଭଦ୍ରକ ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି।

ମୁଁ କାହାରି ଧରମ ପୁଅ ନୁହେଁ

“ମୁଁ ମୋର ବାପାର ପୁଅ। ମୋତେ କେହି ଧରମ ପୁଅ କରିନାହାନ୍ତି। କିଏ ଜଣେ ଯଦି ପୁଅ ବୋଲି ଡାକିଦେବ, ସେ ସତରେ କଣ ଧରମ ପୁଅ ହୋଇଯିବ? ସେଇଟା କଥା ନୁହଁ। ସେମାନଙ୍କୁ ମାରିବାକୁ ପ୍ଲାନିଂ କରିଥିଲି। ସେଥିପାଇଁ ସେମାନଙ୍କ ଘରକୁ ବାରମ୍ୱାର ଆସୁଥିଲି। ଆଉ ରବିବାର ନିଜର ପ୍ଲାନ୍‌କୁ ସଫଳ କଲି। ସବୁଦିନ ପାଇଁ ସେମାନଙ୍କୁ ମୋ ରାସ୍ତାରୁ ହଟାଇଦେଲି” ବୋଲି ବବୁଆ ଗଣମାଧ୍ୟମକୁ କହିଛି।

ଆତ୍ମସମର୍ପଣ ପାଇଁ ସ୍ତ୍ରୀ ଦେଇଥିଲେ ପରାମର୍ଶ

ରବିନ୍ଦ୍ର ଓ ତାଙ୍କ ସ୍ତ୍ରୀକୁ ହତ୍ୟା କରିବା ପରେ ବବୁଆ ଭୁବନେଶ୍ୱର ଚାଲି ଆସିଥିଲା। ଘଟଣା ସମ୍ପର୍କରେ ନିଜ ସ୍ତ୍ରୀ’କୁ ମଧ୍ୟ କହିଥିଲା। ସବୁ କଥା ଶୁଣିବା ପରେ ଆତ୍ମସମର୍ପଣ କରିବା ପାଇଁ ସ୍ତ୍ରୀ ପରାମର୍ଶ ଦେଇଥିଲେ। ଚିନ୍ତା କରିବାକୁ ଗୋଟିଏ ଦିନ ଦିଅ ବୋଲି ସ୍ତ୍ରୀକୁ କହିଥିଲି। ପରେ ଗତକାଲି ଚନ୍ଦ୍ରଶେଖରପୁର ପେଟ୍ରୋ ପମ୍ପ ନିକଟରେ ବସିଥିବା ବେଳେ ଗିରଫ ହେଲି” ବୋଲି ବବୁଆ ଗଣମାଧ୍ୟମକୁ କହିଛି।



from OdishaReporter https://ift.tt/2LC7z0x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages