କାହିଁକି ଏହି ପ୍ରେମିକ ହାରିଲେ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

କାହିଁକି ଏହି ପ୍ରେମିକ ହାରିଲେ ଜୀବନ

କଲ୍ୟାଣ: ପ୍ରେମ ମଣିଷକୁ ଅନ୍ଧ କରିଦିଏ। ପ୍ରେମିକାର ଗୋଟିଏ କଥାରେ ପ୍ରେମିକ  କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ।

ହେଲେ ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରେମିକା ଯେତେବେଳେ ପ୍ରେମିକକୁ ଧୋକା ଦିଏ, ସେତେବେଳେ ମଧୁର ସମ୍ପର୍କରେ ସୃଷ୍ଟି ହୁଏ ଫାଟ।

କେତେବେଳେ ପ୍ରେମିକ କଷ୍ଟ ସହି ନ ପାରି ପ୍ରତିଶୋଧ ନିଏ ତ ଆଉ କେତେବେଳେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଆପଣାଇ ନିଏ।

ମୁମ୍ବାଇର ଭିଠଲୱାଡି ରେଳ ଷ୍ଟେସନ୍‌ରେ ଏଭଳି ଏକ  ଟ୍ରାଜେଡି ଘଟିଛି।

୨୫ ବର୍ଷୀୟ ରାଜେଶ ଭଣ୍ଡାରୀ ପ୍ରେମରେ ଧୋକା ଖାଇବା ପରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଜୁଲାଇ ୨୬ରେ ଘଟିଥିଲେ ହେଁ ଆଜି ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଆତ୍ମହତ୍ୟା କରିବା ପୂର୍ବରୁ ରାଜେଶ  ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓରେ ସେ ଆତ୍ମହତ୍ୟାର କାରଣ କହିଛନ୍ତି।

ସେ ଭଲ ପାଉଥିବା ଝିଅଟି ତାଙ୍କ ସହ ପ୍ରତାରଣା କରିବାରୁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ଭିଡିଓରେ କହିଛନ୍ତି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରେମିକା ଜଣଙ୍କ ରାଜେଶଙ୍କୁ ଜୁଲାଇ ୨୬ରେ ଭିଠଲୱାଡି ଷ୍ଟେସନ୍‌କୁ ଡାକିଥିଲେ। ପୂର୍ବରୁ ଦୁହିଁଙ୍କ ମଧ୍ୟରେ କିଛି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା।

ଷ୍ଟେସନ୍‌ରେ ମଧ୍ୟ ଉଭୟ ରାଜେଶ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଜିଆର୍‌ପି ପୁଲିସ୍‌ ଏହା ଦେଖି ଉଭୟଙ୍କୁ ସେଠାରୁ ଚାଲିଯିବାକୁ କହିଥିଲା।

ଏହାର କିଛି ସମୟ ପରେ ରାଜେଶ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ। ଏହାପରେ ସେ ଏକ ଲୋକାଲ୍‌ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।



from OdishaReporter https://ift.tt/2Kc9mUA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages