ନିରଞ୍ଜନ ଲଗାଇଲେ ‘ସଞ୍ଜୁ’ ଅଞ୍ଜନ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ନିରଞ୍ଜନ ଲଗାଇଲେ ‘ସଞ୍ଜୁ’ ଅଞ୍ଜନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନା କାହାଣୀ। ନା ବ୍ୟକ୍ତିତ୍ୱ। ନା ଲାଇଫ୍ ଷ୍ଟାଇଲ୍। କେଉଁଥିରେ ବି ତାଳମେଳ ନାହିଁ। କିନ୍ତୁ ସେମିତି ଏକ ହିରୋଇକ୍‌ ଇମେଜ୍‌କୁ ନେଇ ଏବେ ଆକ୍ସନ୍‌ମୁଡ୍‌ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରଚ୍ଛଦପଟ୍ଟରେ ବାଜୁଛି ସିନେମା ଗୀତ। ଆଉ ଗୀତକୁ ନେଇ ନିରଞ୍ଜନଙ୍କ କିଛି ଝଲକ୍ ରହିଛି। ଯାହା ଏବେ ଖୁବ୍‌ ଭାଇରାଲ ହୋଇଛି। ନିକଟରେ ରିଲିଜ୍‌ ହୋଇଛି ରାଜକୁମାର ହିରାନୀଙ୍କ ପ୍ରଯୋଜିତ ‘ସଞ୍ଜୁ’ ଫିଲ୍ମ। ଆଉ ଏହି ଫିଲ୍ମରେ ଏକ ପ୍ରେରଣାଧର୍ମୀ ଗୀତ ‘କର୍‌ ହର୍‌ ମୈଦାନ୍‌ ଫତେ’କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।  ତେବେ ଏହି ଗୀତକୁ ନେଇ ନିରଞ୍ଜନଙ୍କଙ୍କ ସହ ଯୋଡ଼ି ତାଙ୍କୁ ଷ୍ଟାର ଭାବେ ପ୍ରଦର୍ଶିତ କରାଯାଇଛି।  କିନ୍ତୁ ନିରଞ୍ଜନଙ୍କ ଏହି ଅବତାରକୁ ଦେଖି ସୋଶାଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ‘ସଞ୍ଜୁ’ ଫିଲ୍ମରେ ଗୀତଟି ସ୍ୱତନ୍ତ୍ର ପରିସ୍ଥିତିରେ ବ୍ୟବହାର ହେଉଛି।

ନିଶା କବଳରେ ପଡ଼ି ବଲିଉଡ୍‌ ଷ୍ଟାର୍‌ ସଞ୍ଜୟଦତ୍ତ କେମିତି ନିଜ ଜୀବନକୁ ବର୍ବାଦ କରିଦେଉଛନ୍ତି ଆଉ ସେଥିରୁ ମୁକୁଳିବା ପାଇଁ ତାଙ୍କ ବାପା ମା’ ତାଙ୍କୁ କେମିତି ସାହାଯ୍ୟ କରୁଛନ୍ତି ତାହା ହିଁ ଏହି ଗୀତରେ ଦର୍ଶାଯାଇଛି। କିନ୍ତୁ ନିରଞ୍ଜନଙ୍କ ଲାଇଫରେ ସେମିତି କିଛି ଘଟି ନଥିବା ବେଳେ ଉକ୍ତ ଗୀତ ସହ ଯୋଡ଼ି ତାଙ୍କୁ ଯେଉଁଭଳି ଭାବେ ହିରୋ ଭାବେ ପ୍ରୋଜେକ୍ଟ କରାଯାଉଛି ତାହା କୌତୁହଳ ସୃଷ୍ଟି କରିଛି। କଥା ହେଉଛି, ଆଗକୁ ସାଧାରଣ ନିର୍ବାଚନ ଆସୁଛି। ତେଣୁ ଏବେଠାରୁ ସବୁ ରାଜନୈତିକ ଦଳ ନିଜକୁ ପ୍ରସ୍ତୁତି କରୁଥିବା ବେଳେ ଏଥିରେ କଂଗ୍ରେସ ବି ପଛରେ ପଡ଼ିନି ।

ଆଉ ପ୍ରଚାର ପ୍ରସାର ପାଇଁ ସୋଶାଲ ମିଡିଆ ମୁଖ୍ୟ ଅସ୍ତ୍ର ପାଲଟିଛି। ବିଜେଡି ପକ୍ଷରୁ ନବୀନଙ୍କୁ ନେଇ ଯେମିତି ପ୍ରଚାର ପ୍ରସାର କରାଯାଉଛି ତାକୁ  ଟକ୍କର ଦେବା ପାଇ ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ଭାବୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଯାଉଛି। ଆଉ ଏପଟେ ରାଜ୍ୟ କଂଗ୍ରେସରେ ମଙ୍ଗୁଆଳ ହେବା ପରେ ପୂରା ଫର୍ମରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ।  ଶୋଇପଡ଼ିଥିବା କଂଗ୍ରେସକୁ ସକ୍ରିୟ କରିବା ପାଇଁ ସେ ଏକ୍‌ଦମ ଆକ୍ଟିଭ ହୋଇପଡ଼ିଛନ୍ତି। ଦୀର୍ଘ ୧୭ ବର୍ଷ ଧରି କ୍ଷମତା ବାହାରେ ଥିବା ରାଜ୍ୟ କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି ନିରଞ୍ଜନ।  କିନ୍ତୁ ‘ସଞ୍ଜୁ’ ଫିଲ୍ମର ଗୀତରେ ତାଙ୍କୁ ଯୋଡ଼ିବାର ପ୍ରୟାସକୁ  ନେଇ ଚାଲିଛି ଚର୍ଚ୍ଚା।

Niranjan Patnaik – Kar Maidaan Fateh

👍👏 Must #Watch Kar har maidaan Fateh … our Niranjan Patnaik sir, the hope of Odisha.

I Support Niranjan Patnaik यांनी वर पोस्ट केले रविवार, ८ जुलै, २०१८



from OdishaReporter https://ift.tt/2N7RM62

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages