
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ନିଜ ପୁଅ ଅଭିଷେକ ବଚ୍ଚନଙ୍କ ସହ ଏବେ ଫୁଟବଲ୍ ବିଶ୍ୱକପ ଦେଖିବାକୁ ଋଷିଆରେ ପହଞ୍ଚିଛନ୍ତି। ଅଭିଷେକ ବଚ୍ଚନ ସୋସିଆଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ପିତା ଅମିତାଭ ବଚ୍ଚନଙ୍କ ସହ ଋଷିଆର ସେଣ୍ଟ ପିଟର୍ସବର୍ଗ ଷ୍ଟାଡ଼ିୟମରେ ସେ ଫୁଟବଲ୍ ମ୍ୟାଚ୍ର ମଜା ନେଉଥିବାର ନଜର ଆସିଛନ୍ତି। ଫ୍ରାନ୍ସ ଜିତିବା ପରେ ଏହି ଦୁଇ ବଲିଉଡ଼ ଅଭିନେତା ଫ୍ରାନ୍ସକୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ଫ୍ରାନ୍ସ ଟିମ୍ର ବଡ଼ ପ୍ରଶଂସକ ହୋଇଥିବା ବେଳେ ଏହି ମ୍ୟାଚ୍ରେ ଫ୍ରାନ୍ସକୁ ଚିୟର୍ କରୁଥିବା ନଜର ଆସିଥିଲେ ଏହି ଦୁଇ ଅଭିନେତା। ମଙ୍ଗଳବାର ଫ୍ରାନ୍ସ ଓ ବେଲଜିୟମ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଏହି ଦୁଇ ଅଭିନେତା ମ୍ୟାଚ୍କୁ ଉପଭୋଗ କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାର ଲାଗିଛି।

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ସ୍ପୋର୍ଟ୍ସରେ ବେଶ୍ ରୁଚି ରଖନ୍ତି। ଅଭିଷେକ ବଚ୍ଚନଙ୍କର ଭାରତରେ ଦୁଇଟି ଫ୍ରାଇଞ୍ଚାଜ୍ ମଧ୍ୟ ଅଛି। ଆଇସିଏଲ୍ରେ ଚେନ୍ନାଇ ଏଫ୍ସିର କୋ-ଓନର୍ ହେଉଛନ୍ତି ଅଭିଷେକ ବଚ୍ଚନ। ଏବଂ ପ୍ରୋ-କବାଡ଼ିରେ ଅଭିଷେକଙ୍କର ‘ଜୟପୁର ପିଙ୍କ ପାନ୍ଥର୍ସ’ ନାମକ ଏକ ଫ୍ରାଞ୍ଚାଇଜ୍ ମଧ୍ୟ ଅଛି। ଅମିତାଭ ବଚ୍ଚନ ମଧ୍ୟ ଫୁଟବଲ୍ ସହ ଅନ୍ୟ ଖେଳ ପ୍ରତି ରୁଚି ରଖନ୍ତ। ଚଳିତ ଫୁଟବଲ୍ ବିଶ୍ୱକପ ଖେଳ ଦେଖିବାକୁ ଏବେ ଅମିତାଭ ଓ ଅଭିଷେକ ଋଷିଆ ଗସ୍ତରେ ଅଛନ୍ତି।

from OdishaReporter https://ift.tt/2L7lNSV
No comments:
Post a Comment