ଏଥର ସୂର୍ଯ୍ୟ ପରାଗ ଆପଣଙ୍କ ଭାଗ୍ୟ ଚମକାଇବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ଏଥର ସୂର୍ଯ୍ୟ ପରାଗ ଆପଣଙ୍କ ଭାଗ୍ୟ ଚମକାଇବ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ଆଷାଢ଼ ଅମାବାସ୍ୟା । ଏହି ଦିନ ଆଂଶିକ ସୂର୍ଯ୍ୟ ପରାଗ ହେଉଛି। କିନ୍ତୁ ଏହି ଗ୍ରହଣ ଭାରତବର୍ଷକୁ ଦୃଶ୍ୟାମାନ ହେବନାହିଁ । ଏହି ଗ୍ରହଣ ପୂନର୍ବସୁ ନକ୍ଷତ୍ର ଓ ହର୍ଷଣ ନକ୍ଷତ୍ର ଯୋଗରେ ପଡୁଛି । ଭାରତୀୟ ସମୟ ଅନୁଯାୟୀ ଏହି ଗ୍ରହଣ ଜୁଲାଇ ୧୩ ତାରିଖ ସକାଳୁ କର୍କଟ ଓ ମିଥୁନ ରାଶିରେ ସଙ୍ଗଠିତ ହେବ। ଗ୍ରହଣ ସମୟରେ ମିଥୁନ ରାଶିରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟ ରହିବେ। ଏଥର ଏହି ଗ୍ରହଣ ୫ଟି ରାଶି ପାଇଁ ବହୁତ ଲାଭପ୍ରଦ। ଆସନ୍ତୁ ଜାଣିବା ସେହି ୫ଟି ରାଶି ସମ୍ପର୍କରେ।

ମେଷ ରାଶି- ଗ୍ରହଣ ଏହି ରାଶି ଲୋକଙ୍କ ଜାତକ ପାଇଁ ବହୁତ ଭଲ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବାର ସୁଯୋଗ ରହିଛି। ବୈବାହିକ ଜୀବନରେ ସୁଧାର ଆସିବ। ଅଚାନକ ଧନଲାଭର ମଧ୍ୟ ସୁଯୋଗ ରହିଛି।

ମିଥୁନ ରାଶି- ଯାତ୍ରାର ଯୋଗ ରହିଛି। ଶୁଭ ସମାଚାର ମିଳିପାରେ। ଅନେକ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଚାକିରିରେ ପ୍ରମୋସନ୍‌ ମଧ୍ୟ ମିଳିବ।

ତୁଳା ରାଶି- ଗ୍ରହଣର ପ୍ରଭାବରେ ତୁଳା ରାଶିର ସବୁଠୁ ଅଧିକ ଲାଭ ହୋବାର ସମ୍ଭାବନା ରହିଛି। ଆର୍ଥିକ ଲାଭର ମଧ୍ୟ ଯୋଗ ରହିଛି।  ପରିବାର ଲୋକଙ୍କ ସହ ଖୁସିରେ ସମୟ ବିତାଇବେ।

ମକର ରାଶି – ଏହି ରାଶିର ବ୍ୟକ୍ତିଙ୍କୁ କାମରେ ସଫଳତା ମିଳିପାରେ। ବିଗିଡ଼ିଯାଇଥିବା କାମ ସୁଧୁରିଯିବ। ସାମଜରେ ମାନ ସମ୍ମାନ ବୃଦ୍ଧି ହେବ। ଭଲ ଚାକିରି ମଧ୍ୟ ମିଳିପାରେ।

ସିଂହ ରାଶି- ଗ୍ରହଣ ଦିନ ସିଂହ ରାଶି ଉପରେ ମାଆ ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ। କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ। ଧନ ଲାଭର ବି ଯୋଗ ରହିଛି।



from OdishaReporter https://ift.tt/2ulUtZR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages