ନବୀନ ସରକାରରେ ବିଚିତ୍ର ଅବସ୍ଥା: ନିଜ ବିଭାଗରେ କ’ଣ ଘଟୁଛି ଜାଣିପାରୁ ନାହାନ୍ତି ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ନବୀନ ସରକାରରେ ବିଚିତ୍ର ଅବସ୍ଥା: ନିଜ ବିଭାଗରେ କ’ଣ ଘଟୁଛି ଜାଣିପାରୁ ନାହାନ୍ତି ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀମାନେ ନାମକୁ ମାତ୍ର ! ସଚିବମାନେ ସର୍ବେସର୍ବା ବୋଲି ଚର୍ଚ୍ଚା ହୁଏ। ସେମାନେ ଯାହା ନିଷ୍ପତ୍ତି ନିଅନ୍ତି, ତାକୁ ମନ୍ତ୍ରୀମାନେ ପାଳନ କରନ୍ତି ବୋଲି ଆଲୋଚନା ହୁଏ। ପ୍ରକୃତରେ ଆଜି ଏହା ସତରେ ପରିଣତ ହୋଇଛି ଜଣେ ବରିଷ୍ଠ ମନ୍ତ୍ରୀଙ୍କ କ୍ଷେତ୍ରରେ। ନିଜ ବିଭାଗରେ କ’ଣ ହେଉଛି ସେ ଜାଣୁପାରୁ ନାହାନ୍ତି। ରବି ଋତୁ ଧାନସଂଗ୍ରହ ଚାଲିଛି ଓ ବନ୍ଦ୍‌ ପାଇଁ ତାରିଖ ନିଷ୍ପତ୍ତି ହୋଇନାହିଁ ବୋଲି ମନ୍ତ୍ରୀ ପ୍ରଥମେ କହିଥିଲେ। ସଚିବାଳୟରେ ପହଞ୍ଚିବା ପରେ ହଠାତ୍ ବୟାନ ବଦଳାଇ ଦେଇଥିଲେ। ଚର୍ଚ୍ଚା ହେଉଛି, ହଠାତ୍ ମନ୍ତ୍ରୀ କାହିଁକି ବୟାନ ବଦଳାଇଲେ।

ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହୁଛନ୍ତି ରବିଋତୁ ପାଇଁ ଧାନସଂଗ୍ରହ ଚାଲିଛି। କେବେ ବନ୍ଦ ହେବ ସରକାର ସ୍ଥିର କରିନାହାଁନ୍ତି। ତେବେ ଜୁନ୍ ୨୫ ତାରିଖରେ ସମବାୟ ବିଭାଗ ଲେଖିଥିବା ଚିଠି ଅନୁସାରେ, ରବି ଋତୁ ପାଇଁ ଜୁନ ୩୦ ତାରିଖରେ ଧାନସଂଗ୍ରହ ବନ୍ଦ ହୋଇଯାଇଛି। ସେହି ଅନୁସାରେ ଚାଷୀ ପଞ୍ଜିକରଣ ଜୁନ ୨୭ ତାରିଖରେ ବନ୍ଦ ହୋଇଯାଇଛି। ତେବେ ବିଡ଼ମ୍ବନାର ବିଷୟ ହେଉଛି, ଏହାର ୧୫ ଦିନ ପରେ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଏନେଇ ଖବର ନାହିଁ। ଏଠି ପ୍ରଶ୍ନ ଉଠୁଛି ମନ୍ତ୍ରୀଙ୍କୁ ଜାଣିଶୁଣି ଅନ୍ଧାରରେ ରଖାଯାଉଛି ନା ନିଷ୍ପତ୍ତି ବେଳେ ମନ୍ତ୍ରୀଙ୍କ ଆବଶ୍ୟତକା ପଡୁନି? ସଚିବାଳୟକୁ ଯିବାବେଳେ ମନ୍ତ୍ରୀ ଦେଇଥିବା ବୟାନକୁ ନିଜ ଚାମ୍ବରକୁ ଡାକି ପୁଣି ବଦଳାଇଥିଲେ। ଏଥର ବିଭାଗରୁ ଖବର ନେଇ କହିଲେ, ରବିଋତୁ ପାଇଁ ଧାନସଂଗ୍ରହ ସରିଯାଇଛି।

ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ କହିଥିଲେ- “ରବି ଋତୁ ପାଇଁ ପ୍ରାଥମିକ ସମବାୟ ସମିତି ଗୁଡ଼ିକ ଧାନ ସଂଗ୍ରହ କରୁଛନ୍ତି। ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବନ୍ଦ ହୋଇଯାଇଛି। ରବି ଋତୁ ଧାନ ସଂଗ୍ରହ ପାଇଁ ସମୟ ନିର୍ଦ୍ଧାରଣ କରାଯାଇ ପାରିନି।”

କିନ୍ତୁ ଏହାର କିଛି ସମୟ ପରେ କହିଲେ- “ଜୁନ୍‌ ୩୦ ତାରିଖ ସୁଦ୍ଧା ରବି ଋତୁ ଧାନ ସଂଗ୍ରହ ସରିଯାଇଛି। ଯେଉଁମାନେ ରବି ଓ ଖରିଫ୍‌ର ଧାନ ନେଇ ଚାଉଳ ଫେରାଇ ନାହାନ୍ତି, ସେମାନେ ସରକାରଙ୍କ ସୁବିଧା ପାଇବେ ନାହିଁ।”

ଏପ୍ରିଲରୁ ଖରିଫ ପାଇଁ ଧାନକିଣା ପ୍ରକ୍ରିୟା ବନ୍ଦ ହେଲାଣି। ତଥାପି ୭ଟି ପ୍ୟାକ୍ସ ଏ ପର୍ଯ୍ୟନ୍ତ ଧାନ କିଣୁଛନ୍ତି। ସେହିପରି ଜୁନ ୩୦ରୁ ରବି ଧାନସଂଗ୍ରହ ବନ୍ଦ ଥିଲେ ମଧ୍ୟ ରାଜ୍ୟର ୪୬୪ଟି ପ୍ୟାକ୍ସରେ ଧାନ ସଂଗ୍ରହ ଚାଲିଛି। ଏସବୁ ପ୍ୟାକ୍ସରେ ଧାନକିଣାରେ ନିୟୋଜିତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ଚିଠି ଲେଖିଛନ୍ତି କୋ-ପରେଟିଭ ସୋସାଇଟି ରେଜିଷ୍ଟ୍ରାର।

ପି-ପାସ୍ ବା ଅନ୍‌ଲାଇନ୍‌ରେ ସରକାର ଚାଷୀଙ୍କ ପାଖରୁ ଧାନ କିଣୁଛନ୍ତି। ଯଦି ଧାନକିଣା ପାଇଁ ପ୍ରକ୍ରିୟା ବନ୍ଦ ହୋଇଛି, ତେବେ ୫୩୭ ପ୍ୟାକ୍ସ ଭିତରୁ ୪୬୪ ପ୍ୟାକ୍ସ ଆକାଉଣ୍ଟ କ୍ଲୋଜ୍ କରିନାହିାଁନ୍ତି କାହିଁକି?



from OdishaReporter https://ift.tt/2m776UL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages