
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟଙ୍କା ଓ ସମ୍ପତ୍ତି ଲୋଭରେ ସ୍ୱାମୀ ଏକାଧିକ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ରାଜଧାନୀର ଜଣେ ମହିଳା। ରାଜେନ୍ଦ୍ର ନାରାୟଣ ଦାସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ଭୁବନେଶ୍ୱର ମହିଳା ଥାନାରେ ଏପରି ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ରାଜେନ୍ଦ୍ର ତାଙ୍କ ସହ ପ୍ରତାରଣା କରି ସମସ୍ତ ସଂପତ୍ତି ହାତେଇ ନେଇଛନ୍ତି। କେବଳ ତାଙ୍କ ସମ୍ପତ୍ତି ନୁହେଁ, ସେ ଏଭଳି ଏକାଧିକ ମହିଳାଙ୍କୁ ବିବାହ କରି ସେମାନଙ୍କ ସମ୍ପତ୍ତି ହାତେଇଥିବା ସେ କହିଛନ୍ତି।
ଦୁଇ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା। ମହିଳା ଜଣକ ସ୍ୱାମୀଙ୍କ ଏହି କାଣ୍ଡ ସମ୍ପର୍କରେ ଗତ ଜୁନ୍ରେ ଜାଣିବା ପରେ ପ୍ରତିବାଦ କରିଥିଲେ। ହେଲେ ରାଜେନ୍ଦ୍ର ତାଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।
ନିଜ ବିବାହ ଫଟୋ ସହ ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କ ଫଟୋ ନେଇ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଅଭିଯୁକ୍ତ ରାଜେନ୍ଦ୍ର ଖଣ୍ଡନ କରିଛନ୍ତି।
from OdishaReporter https://ift.tt/2M3Zqya
No comments:
Post a Comment