ଲୋକସଭାରେ ପାସ୍‌ ହେଲା ବିଲ୍‌: ନାବାଳିକା ଦୁଷ୍କର୍ମକାରୀକୁ ମିଳିବ ମୃତ୍ୟୁଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଲୋକସଭାରେ ପାସ୍‌ ହେଲା ବିଲ୍‌: ନାବାଳିକା ଦୁଷ୍କର୍ମକାରୀକୁ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ସାରା ଦେଶରେ ନାବାଳିକା ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ କୋଉଠି ନା କୋଉଠି ଜଣେ ଶିଶୁ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ ହେଉଛି। ଯାହା ସମାଜ ପାଇଁ ଲଜ୍ୟା ସୃଷ୍ଟି ହେଉଛି। ତେବେ ଏହା ଉପରେ ରୋକ ଲଗାଇବା ପାଇଁ ସରକାର ଏକ କଠୋର ଦଣ୍ଡ ବିଧାନ ଆଇନ ଆଣିଛନ୍ତି।

ଗତକାଲି ଲୋକସଭାରେ ଅପରାଧିକ ଆଇନ ସଂଶୋଧନ ବିଲ୍ ୨୦୧୮ ପାରିତ ହୋଇଛି। ଏହି ଆଇନ ଅନୁସାରେ ୧୨ ବର୍ଷରୁ କମ୍  ବୟସର  ନାବାଳିକାକୁ ଦୁଷ୍ମର୍ମ କରି ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦିଆଯିବ। ଏହାସହ ୧୬ ବର୍ଷରୁ କମ୍ ବୟସର ନାବାଳିକା ଦୁଷ୍କର୍ମକାରୀଙ୍କୁ ପ୍ରାୟ ୨୦ବର୍ଷ ଜେଲ୍‌ ଦଣ୍ଡ ଦିଆଯିବ। ଏମିତିକି ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ।

ତେବେ ସମସ୍ତ ଦଳର ସହମତିରେ ଲୋକସଭାରେ ଏହି ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ ରାଜ୍ୟସଭାରେ ପାସ୍‌ ହେବା ପରେ ଆଇନରେ ପରିଣତ କରାଯିବ।

ଏହି ବିଲ୍‌ ଉପରେ ଗୃହ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିୟୁ କହିଛନ୍ତି,“ ଗତ କିଛି ଦିନ ହେବ ଦୁଷ୍କର୍ମ ଘଟଣା ଦେଶର ସମ୍ମାନକୁ ତଳକୁ ପକାଇ ଦେଇଛି। ଏଭଳି ଜଘନ୍ୟ ଅପରାଧ ବିରୋଧରେ କଡ଼ା ବିଲ୍‌  ଅଣାଯାଇଛି। ଏହାସହ ଏହି ଘଟଣାରେ ପୀଡ଼ିତାଙ୍କୁ ତୁରନ୍ତ ମାଗଣାରେ ପ୍ରାଥମିକ ଚିକିତ୍ସା କରାଯିବ। ଏଥିସହ ଡାକ୍ତରଖାନା କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଏନେଇ ପୁଲିସ୍‌କୁ ସୂଚନା ଦେବେ।”

ସେ ଆହୁରି କହିଛନ୍ତି,‘’ସଭ୍ୟ ସମାଜରେ ମହିଳା, ଭଉଣୀ ଓ ଝିଅଙ୍କୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ। ଆମ ସରକାର ଯୌନ ଉତ୍ପୀଡନ ମାମଲାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତବଦ୍ଧ ।

ଅନ୍ୟପକ୍ଷରେ ଲୋକସଭାରେ ଏହି ବିଲ୍‌ ଉପରେ ଚର୍ଚ୍ଚା ଅବସରରେ ଏମ୍‌ଆଇଏମ୍ ସାଂସଦ ଅସଦୁଦ୍ଧିନନ୍‌ ୱେଏସି କହିଛନ୍ତି,“ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ଠିକ୍ ନୁହେଁ। କୋର୍ଟରେ  ବିଚାରପତିଙ୍କ ସଂଖ୍ୟା କମ୍ ରହିଛି। ଲକ୍ଷ ଲକ୍ଷ ମାମଲା କୋର୍ଟରେ ପଡ଼ି ରହିଛି। ଏପରି କ୍ଷେତ୍ରରେ ଏହି ବିଲ୍‌ କିପରି କାର୍ଯ୍ୟକ୍ଷମ ହେବ। ଥାନାରେ ଅଭିଯୋଗ  କରା ନଗଲେ  ଅଭିଯୁକ୍ତ କିପରି ଦଣ୍ଡ ପାଇବ। ଆମ ସମାଜର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବା ନିହାତି ଆବଶ୍ୟକ। କାରଣ ଦୁଷ୍କର୍ମକୁ ଆଇନରୁ ନୁହେଁ ପୁରୁଷଙ୍କ ମାନସିକତା ପରିବର୍ତ୍ତନ କଲେ ଅଟକାଇ ଯାଇପାରିବ।



from OdishaReporter https://ift.tt/2mWKc2V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages