ଗାଙ୍ଗୁଲୀ ଲର୍ଡ୍ସରେ ସାର୍ଟ ଖୋଲିବାବେଳେ, ଜାଣନ୍ତୁ କିଏ ତାଙ୍କୁ ଅଟକାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଗାଙ୍ଗୁଲୀ ଲର୍ଡ୍ସରେ ସାର୍ଟ ଖୋଲିବାବେଳେ, ଜାଣନ୍ତୁ କିଏ ତାଙ୍କୁ ଅଟକାଇଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ କ୍ୟାପ୍ଟେନ୍‌ ସୌରଭ ଗାଙ୍ଗୁଲୀଙ୍କର ଐତିହାସିକ ଲର୍ଡ୍ସ ଷ୍ଟାଡିୟମ ସହ ଅନେକ ସ୍ମୃତି ଜଡ଼ିତ ରହିଛି। ୨୦୦୨ରେ ଖେଳାଯାଇଥିବା ନାଟୱେଷ୍ଟ ଟ୍ରଫିର ଫାଇନାଲ୍‌ ମୁକାବିଲାରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବା ପରେ ଗାଙ୍ଗୁଲୀ ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ସେ ନିଜ ସାର୍ଟକୁ ମଧ୍ୟ ଖୋଲିଦେଇଥିଲେ।

ନିକଟରେ ଏହି ଘଟଣାକୁ ମନେପକାଇ ଗାଙ୍ଗୁଲୀ କହିଛନ୍ତି ଯେ ଯେତେବେଳେ ସେ ନିଜ ସାର୍ଟକୁ ଖୋଲୁଥିଲେ ସେତେବେଳେ ତାଙ୍କୁ ଭିଭିଏସ୍‌ ଲକ୍ଷ୍ମଣ ଏମିତି ନକରିବାକୁ କହିଥିଲେ। କିନ୍ତୁ ଜିତିବାର ଜୋସ୍‌ରେ ଗାଙ୍ଗୁଲୀ ଏତେ ମାତ୍ରାରେ ଉତ୍ସାହିତ ହୋଇଥିଲେ ଯେ ସେତେବେଳେ ସେ ଲକ୍ଷ୍ମଣଙ୍କ କଥା ମଧ୍ୟ ମାନି ନଥିଲେ। ସେ କହିଛନ୍ତି, ସେହି ଘଟଣା ଆଜି ବି ବେଳେବେଳେ ତାଙ୍କ ଆଖି ସାମ୍ନାକୁ ଆସିଯାଏ। ଗାଙ୍ଗୁଲୀ କହିଛନ୍ତି, ଏମିତି କଣ ପାଇଁ କରିଥିଲେ ବୋଲି ତାଙ୍କ ଝିଅ ମଧ୍ୟ ବେଳେବେଳେ ପଚାରନ୍ତି।



from OdishaReporter https://ift.tt/2LpN07k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages