ଜାଣି ପାରିବେନି କିଏ ଅସଲି କିଏ ନକଲି: ଟାଇଗର୍ ଶ୍ରଫ୍‌ଙ୍କ ପରି ଅବିକଳ ଦିଶନ୍ତି ଏହି ମଡେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଜାଣି ପାରିବେନି କିଏ ଅସଲି କିଏ ନକଲି: ଟାଇଗର୍ ଶ୍ରଫ୍‌ଙ୍କ ପରି ଅବିକଳ ଦିଶନ୍ତି ଏହି ମଡେଲ୍

ମୁମ୍ବାଇ: କୁହାଯାଏ ଜଣେ ବ୍ୟକ୍ତିଙ୍କ ଚେହାର ଭଳି ଦୁନିଆରେ ୭ ଜଣ ଲୋକ ଥାଆନ୍ତି। କିନ୍ତୁ କେହି ଏହାକୁ ସହଜରେ ବିଶ୍ୱାସ କରିପାରନ୍ତି ନାହିଁ। କାରଣ କେବେ କେହି ଏଭଳି ଘଟଣାକୁ ସାମ୍ନା କରିନାହାନ୍ତି। ହେଲେ ଏଠି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଚାହୁଁଛୁ, ଯାହାଙ୍କ ଫଟୋ ନେଇ ଏବେ ସୋଶାଲ୍‌ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଆସାମର ମଡେଲ ‘ଡାଭିଡ୍‌ ସାହାରିଆ’ଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଆସିବା ପରେ, ତାଙ୍କୁ ସମସ୍ତେ ଅଭିନେତା ‘ଟାଇଗର୍‌ ଶ୍ରଫ୍‌’ ବୋଲି କହିବା ଆରମ୍ଭ କରିଛନ୍ତି। କାରଣ ଡାଭିଡ୍‌ଙ୍କ ଫିଟ୍‌ନେସ୍‌ ଏବଂ ଚେହେରା ଏକଦମ୍ ଟାଇଗର୍‌ଙ୍କ ସହ ମେଳ ଖାଉଛି। ଟାଇଗରଙ୍କ ଭଳି ଡାଭିଡ୍‌ ଅନୁରୂପ ଚୁଟି ଏବଂ ବଡି ରଖିଛନ୍ତି। ଟାଇଗର୍ ଯେଉଁଭଳି ଷ୍ଟାଇଲ୍‌ରେ ଫଟୋ ଉଠାନ୍ତି, ଡାଭିଡ୍‌ ମଧ୍ୟ ଅନୁରୂପ ଢଙ୍ଗରେ ଫଟୋ ଉଠାଇଛନ୍ତି। ଯଦି ଆପଣ ଉଭୟଙ୍କ ଫଟୋ ଦେଖିବେ କିଏ ଅସଲରେ ଟାଇଗର ଓ ଡାଭିଡ୍‌ ଜାଣିପାରିବେ ନାହିଁ।

ନୂଆକରି ଟାଇଗର୍ ଯେତେବେଳେ ବଲିଉଡ୍‌ରେ ପାଦ ଦେଇଥିଲେ ଏବଂ ଯେମିତି ଦେଖା ଯାଉଥିଲେ, ଡାଭିଡ୍‌ ଏବେ ସେମିତି ଦେଖା ଯାଉଛନ୍ତି। ସୋଶାଲ୍‌ ମଡିଆରେ ଲୋକମାନେ ଡାଭିଡ୍‌ଙ୍କୁ ଟାଇଗର୍‌ଙ୍କ ସହ ସମାନ କରି କମେଣ୍ଟ ଦେଇଛନ୍ତି। ତେବେ ଡାଭିଡ୍‌ ଏହାକୁ ପସନ୍ଦ କରିନାହାନ୍ତି। ସେ କହିଛନ୍ତି, ଟାଇଗର ହେଊଛନ୍ତି ଜଣେ ବଡ଼ ଅଭିନେତା।  ମୁଁ କେବେହେଲେ ବି ତାଙ୍କ ସମକକ୍ଷ ହୋଇପାରିବି ନାହିଁ। ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ। ତାଙ୍କ ଡ୍ୟାନ୍ସ ଓ ଫିଟ୍‌ନେସ୍‌କୁ ମୁଁ ଅନୁକରଣ କରେ। ୨୦୦୯ରୁ ଡାଭିଡ୍‌ ତାଙ୍କ ଫିଟେନସ୍‌କୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ବର୍ତ୍ତମାନ ସେ ଆସାମ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ସେ ନିଜର କିଛି ଭିଡିଓ ଓ ଫଟୋ ସୋଶାଲ୍‌ ମଡିଆରେ ଛାଡ଼ିବା ପରେ ଏହା ଭାଇରାଲ୍‌ ହେବାରେ ଲାଗିଛି।



from OdishaReporter https://ift.tt/2Ac2wyB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages