ହ୍ୱାଟ୍ସଆପ୍‌ର ନୂଆ ଫିଚର୍ ଫେକ୍ ନ୍ୟୁଜ୍ ଓ ଗୁଜବକୁ ରୋକି ପାରିବ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ହ୍ୱାଟ୍ସଆପ୍‌ର ନୂଆ ଫିଚର୍ ଫେକ୍ ନ୍ୟୁଜ୍ ଓ ଗୁଜବକୁ ରୋକି ପାରିବ ତ?

kkk

ନୂଆଦିଲ୍ଲୀ: ନିକଟରେ ପିଲା ଚୋରି ନେଇ ସୋଶାଲ୍ ମିଡିଆ ଜରିଆରେ ଫେକ୍‌ ନ୍ୟୁଜ୍‌ ଓ ଗୁଜବ ପ୍ରସାରିତ ହେବା ଫଳରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲା। ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଏଭଳି ଘଟଣା ଘଟିଥିଲା। ପିଲା ଚୋରି ନେଇ ସୋଶାଲ୍ ମିଡିଆରେ ଏମିତି ମିଛ ପ୍ରଚାରର ପ୍ରଭାବ ଓଡ଼ିଶାରେ ବି ପଡ଼ିଥିଲା। ଏଥିଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ନିରୀହ ଲୋକ ମାଡ଼ ଖାଇଥିଲେ।

ଏଭଳି ଫେକ୍ ନ୍ୟୁଜ୍ ତଥା ଗୁଜବକୁ ରୋକିବା ପାଇଁ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ଏକ ନୂଆ ଫିଚର୍ ଆଣିଛି। ଏହାକୁ କୁହାଯାଉଛି ‘ଫରୱାର୍ଡ୍ ମେସେଜ୍ ଇଣ୍ଡିକେଟର୍‌’। ଏହି ଫିଚର ଦ୍ୱାରା ଏଣିକି ବ୍ୟବହାରକାରୀ ଜାଣିପାରିବେ ଯେ ତାଙ୍କ ପାଖକୁ ଆସିଥିବା ମେସେଜ୍‌କୁ ପଠାଇଥିବା ଲୋକ ତିଆରି କରିଛନ୍ତି ନା ଆଉ କାହାର ମେସେଜ୍‌କୁ କେବଳ ତାଙ୍କ ପାଖକୁ ଫରୱାର୍ଡ୍ କରି ଦେଇଛନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି, ହ୍ୱାଟ୍ସଆପ୍‌ ଏହି ନୂଆ ଫିଚର ଫେକ୍ ନ୍ୟୁଜ୍‌ ଓ ଗୁଜବକୁ ରୋକିବାରେ କେତେ ସାହାଯ୍ୟ କରିବ।

କମ୍ପାନୀ ତା’ର ଏହି ନୂଆ ଫିଚର୍ ସଂପର୍କରେ ସାରା ବିଶ୍ୱରେ ପ୍ରେସ୍ ରିଲିଜ୍ ଜାରି କରିଛି। ଏଥିରେ କୁହାଯାଇଛି, ଏଣିକି ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ଜାଣିପାରିବେ ଯେ ତାଙ୍କ ପାଖକୁ କେଉଁ କେଉଁ ମେସେଜ୍ ଫରୱାର୍ଡ୍ କରାଯାଇଛି। ଏଥିପାଇଁ ବ୍ୟବହାରକାରୀଙ୍କୁ ସେମାନଙ୍କ ସ୍ମାର୍ଟଫୋନ୍‌ରେ ହ୍ୱାଟ୍ସଆପ୍‌ର ଅପ୍‌ଡେଟେଡ୍ ଭର୍ସନ୍ ରଖିବାକୁ ହେବ।

କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି,“ଆପଣମାନଙ୍କ ସୁରକ୍ଷାକୁ ନେଇ ହ୍ୱାଟ୍ସଆପ୍‌ ଚିନ୍ତିତ। ଆପଣଙ୍କ ପାଖକୁ ଫରୱାର୍ଡ କରାଯାଉଥିବା ମେସେଜ୍‌ଗୁଡ଼ିକୁ ଶେୟାର କରିବା ପୂର୍ବରୁ ବିଚାର କରିବାକୁ ଆମେ ପରାମର୍ଶ ଦେଉଛୁ। ଭୁଲ୍ ଅବା ମିଛ ମେସେଜ୍‌ ଗୁଡ଼ିକୁ ଆପଣ ସ୍ପାମ୍‌ରେ ପକାଇ ପାରିବେ ଅବା ଏଭଳି ମେସେଜ୍ ପଠାଉଥିବା ଲୋକଙ୍କୁ ବ୍ଲକ୍‌ କରିପାରିବେ।”

ପିଲା ଚୋରି ଗୁଜବ ନେଇ ଦେଶରେ ଅନେକ ଲୋକଙ୍କୁ ହତ୍ୟା କରାଯିବା ପରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କ୍ଷୋଭ ପ୍ରକାଶ କରିବା ସହିତ ଫେକ୍ ନ୍ୟୁଜ୍ ଓ ଗୁଜବ ରୋକିବା ଦିଗରେ ପଦକ୍ଷେପ ନେବାକୁ ହ୍ୱାଟ୍ସଆପ୍‌କୁ କହିଥିଲେ।



from OdishaReporter https://ift.tt/2uaISO2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages