ମାଛ ଧରିବାକୁ ଯାଇ ଫସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ମାଛ ଧରିବାକୁ ଯାଇ ଫସିଗଲେ

river

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଡ୍ୟାମ୍‌କୁ ମାଛ ଧରିବାକୁ ଯାଇଥିଲେ। ଡ୍ୟାମ୍‌ ମଝିରେ ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଚିତ୍କାର ଶୁଣି ଅନ୍ୟ ମତ୍ସ୍ୟଜୀବୀମାନେ ଆସି ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଥିଲେ। ଏବେ ସୁଦ୍ଧା ଆଉ ଜଣେ ନିଖୋଜ ଅଛନ୍ତି। ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।

ପୂରା ଘଟଣା ଏମିତି। ଗତକାଲି ଚମ୍ପାଖାରୀ ଗାଁର ପୁରୁଷୋତ୍ତମ ମାଝି ଓ ସିଙ୍ଗା ମାଢ଼ି ଏକ ଦେଶୀ ଡଙ୍ଗାରେ ସତୀଗୁଡ଼ା ଡ୍ୟାମ୍‌କୁ ମାଛ ଧରିବା ପାଇଁ ଯାଇଥିଲେ। ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ମତ୍ସ୍ୟଜୀବୀମାନେ ସିଙ୍ଗା ମାଢ଼ିଙ୍କୁ ଉଦ୍ଧାର କରିଥିଲେ। ମାତ୍ର ପୁରୁଷୋତ୍ତଙ୍କ ପତ୍ତା ପାଇ ନ ଥିଲେ। ଆଜି ସକାଳେ ଅଗ୍ନିଶମ କର୍ମଚାରୀମାନେ ଆସି ତାଙ୍କୁ ଖୋଜୁଛନ୍ତି। ମାତ୍ର ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି।



from OdishaReporter https://ift.tt/2zrU3H1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages