ନିଜସ୍ୱ ଖାଦ୍ୟ ସୁରକ୍ଷା ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ: ପ୍ରଥମ ଦଫାରେ ୨୫ ଲକ୍ଷ ହିତାଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ନିଜସ୍ୱ ଖାଦ୍ୟ ସୁରକ୍ଷା ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ: ପ୍ରଥମ ଦଫାରେ ୨୫ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର (ପ୍ରକାଶ ସେଠୀ):  ନିଜସ୍ୱ ଖାଦ୍ୟ ସୁରକ୍ଷା ବିଲ୍‌କୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ବିଲ୍ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଉପସ୍ଥାପନ ହେବ। ମୋଟ ୩୨ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବେ। ପ୍ରଥମ ଦଫାରେ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୨୫ଲକ୍ଷ ହିତାଧିକାରୀ ସାମିଲ କରାଯିବ ଓ ଏଥିପାଇଁ ପ୍ରଥମ ୬ ମାସରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଅର୍ଥକୁ ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ରେ ବରାଦ କରାଯିବ। ଅକ୍ଟୋବର ୨ ତାରିଖରୁ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ହିତାଧିକାରୀମାନଙ୍କୁ ସୁବିଧା ସୁଯୋଗ ମିଳିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ରାଜ୍ୟର ଜଣେ ବି କେହି ଗରିବ ଓ ଅସହାୟ ବ୍ୟକ୍ତି ଯେଭଳି ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ନପଡ଼ିବେ ସେଥିପାଇଁ ରାଜ୍ୟ ସରକାର ଏହି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ନିଜସ୍ୱ ପାଣ୍ଠିରୁ ରାଜ୍ୟ ସରକାର ଏହି ଖାଦ୍ୟ ସୁରକ୍ଷା ପାଇଁ ଅର୍ଥ ଭରଣା କରିବେ।

କେନ୍ଦ୍ର ସରକାରଙ୍କ ଖାଦ୍ୟ ଆଇନରେ ୬ଟି ମାନଦଣ୍ଡ ଆଧାରରେ ହିତାଧିକାରୀ ଚୟନ କରାଯାଇଥିବା ବେଳେ ରାଜ୍ୟ ସରକାର ୧୧ଟି ସ୍ୱୟଂଚାଳିତ ମାନଦଣ୍ଡରେ ଖାଦ୍ୟ ସୁରକ୍ଷାର ହିତାଧିକାରୀ ଚୟନ କରିବେ। ରାଜ୍ୟର ସମସ୍ତ ଆଦିମ ଆଦିବାସୀ ପରିବାର, ବାସଘର ନଥିବା ପରିବାର(ଲୋକପ୍ରତିନିଧି କିମ୍ବା ବ୍ଲକ୍ ଓ ସହରାଂଚଳର କୌଣସି ବରିଷ୍ଠ ଅଧିକାରୀଙ୍କ ସୁପାରିସ୍),  ନିୟମିତ ଉପାର୍ଜନ ନଥିବା ବିଧବା ଓ ଏକାକୀ ମହିଳା, ଭିନ୍ନକ୍ଷମ, କିନ୍ନର, ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧ/ବୃଦ୍ଧା ଯାହାଙ୍କର ନିୟମିତ ଉପାର୍ଜନ ନଥିବ, ଦିନମଜୁରିଆ ପରିବାର, ବିଭିନ୍ନ ପ୍ରକଳ୍ପ ପାଇଁ ବିସ୍ଥାପିତ, କୁଷ୍ଠ/ଏଡ୍‌ସ କିମ୍ବା ଅନ୍ୟ ଦୁରାରୋଗ୍ୟ ରୋଗରେ ପୀଡ଼ିତଙ୍କୁ ହିତାଧିକାରୀ ଭାବେ ସାମିଲ କରାଯିବ।

୨୦୧୧ ଜାତୀୟ ଜନଗଣନା ଅନୁସାରେ ଏବେ ରାଜ୍ୟର ଜନସଂଖ୍ୟାରେ ୧୦.୨୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ୨୦୧୮ ମସିହାରେ ରାଜ୍ୟର ଜନସଂଖ୍ୟା ପ୍ରାୟ ୪ କୋଟି ୬୨ ଲକ୍ଷ ୬୩ ହଜାର ୯୮୩ରେ ପହଞ୍ଚିଛି। ରାଜ୍ୟକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଅନୁସାରେ ପ୍ରଦାନ କରାଯାଇଥିବା ଧାର୍ଯ୍ୟଲକ୍ଷ୍ୟ ୭୮ ପ୍ରତିଶତ ତୁଳନାରେ ଓଡ଼ିଶାରେ ଅଧିକ ସଂଖ୍ୟକ ଲୋକଙ୍କୁ ଖାଦ୍ୟ ସୁରକ୍ଷାରେ ସାମିଲ କରିବାର ଆବଶ୍ୟକତା ପଡ଼ୁଛି । ରାଜ୍ୟର ଆଉ ୩୪.୪୪ଲକ୍ଷ ଲୋକଙ୍କୁ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ଉତର ମିଳିନାହିଁ। ତେଣୁ ରାଜ୍ୟ ସରକାର ଏହି ନୂଆ ଖାଦ୍ୟ ଆଇନ ଆଣିଛନ୍ତି।

 



from OdishaReporter https://ift.tt/2mTAGgW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages