ପାପୁଲିରେ ଅଛି କି ମାଛ ଆକୃତିର ଚିତ୍ର ? ଜାଣନ୍ତୁ ଏଥିରୁ କି ସଙ୍କେତ ମିଳେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ପାପୁଲିରେ ଅଛି କି ମାଛ ଆକୃତିର ଚିତ୍ର ? ଜାଣନ୍ତୁ ଏଥିରୁ କି ସଙ୍କେତ ମିଳେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀରର ବିଭିନ୍ନ ଅଙ୍ଗରେ ଥିବା ଚିହ୍ନରୁ ଭବିଷ୍ୟତ ବିଷୟରେ ବହୁତ କିଛି ସଙ୍କେତ ମିଳିଥାଏ ବୋଲି କୁହାଯାଏ। ଶାସ୍ତ୍ରବିତ୍‌ଙ୍କ ସହ ପରାମର୍ଶ କଲେ ଏ ବିଷୟରେ ଜାଣି ହୁଏ।  ଜ୍ୟୋତିଷ ଶାସ୍ତ୍ରରେ ପାପୁଲିରେ ଥିବା ରେଖାଗୁଡ଼ିକୁ ଭାଗ୍ୟ ରେଖା କୁହାଯାଏ। ଏଥିରୁ ମିଳୁଥିବା ସଙ୍କେତରୁ ଭବିଷ୍ୟତରେ କ’ଣ ଘଟିବାକୁ ଯାଉଛି ସେ ବିଷୟରେ ଅନେକ ସୂଚନା ମିଳିଥାଏ ବୋଲି କୁହାଯାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ହାତରେ ଥିବା ରେଖାଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇ ବିଭିନ୍ନ ପ୍ରକାରର ଚିତ୍ର ସୃଷ୍ଟି କରି ଥାଆନ୍ତି। ସେଥିରୁ ଗୋଟିଏ ହେଉଛି ମାଛ ଚିତ୍ର।  କିଛି ଲୋକଙ୍କ ହାତ ପାପୁଲିରେ ମାଛ ପରି ଚିତ୍ର ଥାଏ। ତା’ହେଲେ ଆସନ୍ତୁ ଜାଣିବା ପାପୁଲିରେ ମାଛ ଆକୃତିର ଚିତ୍ର ଥିଲେ, ତାହା କେଉଁ ବିଷୟରେ ସଙ୍କେତ ଦେଇଥାଏ।

୧. ଯେଉଁମାନଙ୍କ ହାତରେ ଏହି ଭଳି ଚିତ୍ର ଥାଏ, ସେମାନେ ଭାଗ୍ୟବାନ୍ ବୋଲି  କୁହାଯାଏ। ସେମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି।

୨. ଏହି ବ୍ୟକ୍ତିମାନେ ମାନ-ସମ୍ମାନର ଅଧିକାରୀ ହୋଇଥାନ୍ତି। ଏମାନଙ୍କ ହୃଦୟ ନିର୍ମଳ ହୋଇଥାଏ ଓ ସମସ୍ତଙ୍କ ସହ ମିଶି ଚଳିବାକୁ ଭଲ ପାଇଥାନ୍ତି। ଏମାନେ ଅନ୍ୟର ଭାବନାକୁ ସବୁବେଳେ ସମ୍ମାନ ଦେଇଥାନ୍ତି।

୩. ଏମାନେ ଶାନ୍ତ ସ୍ଵଭାବର ହୋଇଥା’ନ୍ତି। ଏମାନେ ଭାରି କଳ୍ପନାପ୍ରିୟ। ଟିକେ ଟିକେ କଥାରେ ଏମାନେ ଭାବବିହ୍ୱଳ ହୋଇପଡ଼ନ୍ତି।

୪. ଏମାନେ ବିଶ୍ଵସ୍ତ ବନ୍ଧୁ ଭାବେ କଠିନ ପରିସ୍ଥିତିରେ ସବୁବେଳେ ସହଯୋଗର ହାତ ବଢ଼ାଇଥା’ନ୍ତି।

୫. ପ୍ରତିକୂଳ ପରିସ୍ଥିତିରେ ଏମାନେ ସକାରାତ୍ମକ କଥା ଚିନ୍ତା କରି ଆଗକୁ ବଢ଼ନ୍ତି। ଏମାନେ ଉଚ୍ଚାଭିଳାଷୀ।

୬. ଅଧିକ ପରିଶ୍ରମ କରିବାକୁ ଏମାନେ ଭଲ ପାଆନ୍ତି। ଲକ୍ଷ୍ୟ ହାସଲ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି।



from OdishaReporter https://ift.tt/2L4kpnS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages