କୋଠା ଉପରେ କୋଠା ପଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

କୋଠା ଉପରେ କୋଠା ପଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

building-collapse

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟ୍‌ର ନୋଏଡାର ଶାହବେରି ଗାଁ’ରେ ମଙ୍ଗଳବାର ରାତିରେ ୨ଟି କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି। ଆହୁରି କିଛି ଲୋକ ଏବେବି ଭଙ୍ଗା କୋଠାରେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଆରଏଫ୍‌ର ଟିମ୍ ଉଦ୍ୟମ ଚଳାଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ଦୁଇଜଣ ମହିଳା ଓ ଏକ ୧୪ ମାସର ଶିଶୁକନ୍ୟା ଅଛନ୍ତି।

ଜଣଙ୍କୁ ବଦଳି, ୨ ନିଲମ୍ବିତ

ଏହି ଘଟଣା ପରେ ସରକାର ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗ୍ରେଟ୍‌ର ନୋଏଡାରେ ଓଏସ୍‌ଡି ଭାବେ କାର୍ଯ୍ୟରତ ବିଭା ଚହଲଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେହିପରି ଗ୍ରେଟ୍‌ର ନୋଏଡା ପ୍ରାଧିକରଣର ପ୍ରୋଜେକ୍ଟ୍‌ ମ୍ୟାନେଜର ଭି.ପି ସିଂହ ଏବଂ ଆସିଷ୍ଟାଣ୍ଟ୍‌ ପ୍ରୋଜେକ୍ଟ୍‌ ମ୍ୟାନେଜର ଅଖ୍‌ତାର ଆବାସ୍‌ ଜାଇଦିଙ୍କୁ ନିଲମ୍ବନ କରାଯାଇଛି।

କ୍ଷତିପୂରଣ ଘୋଷଣା କଲେ ସରକାର

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଦିଆଯିବାକୁ ସରକାର ଘୋଷଣା କରିଛନ୍ତି।

ଭୁଶୁଡ଼ି ପଡ଼ିଥିବା କୋଠା ଦୁଇଟି ମଧ୍ୟରୁ ଗୋଟିଏ ନିର୍ମାଣାଧୀନ ଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ନିର୍ମାଣାଧୀନ ୬ ମହଲା କୋଠାଟି ଭୁଶୁଡ଼ି ପାଖରେ ଥିବା ଏକ ପୁରୁଣା ୪ ମହଲା କୋଠା ଉପରେ ପଡ଼ି ଯାଇଥିଲା। ଫଳରେ ଉକ୍ତ ୪ ମହଲା କୋଠାଟି ବି ଭୁଶୁଡ଼ି ପଡ଼ିଥିଲା। ପୁରୁଣା କୋଠାଟିରେ ୧୮ଟି ପରିବାର ରହୁଥିଲେ। ନିର୍ମାଣାଧୀନ କୋଠାରେ କିଛି ଶ୍ରମିକ ରହୁଥିଲେ।

ପୁଲିସ୍ ଏ ଘଟଣାରେ ନିର୍ମାଣାଧୀନ କୋଠାର ମାଲିକଙ୍କ ସହିତ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଯେଉଁ ବିଲ୍‌ଡର ଏହାର ନିର୍ମାଣ ଦାୟିତ୍ୱ ନେଇଥିଲେ ତାଙ୍କ ନାଁରେ ଲୁକ୍‌ଆଉଟ୍ ନୋଟିସ୍ ଜାରି କରାଯାଇଛି।



from OdishaReporter https://ift.tt/2LirLUa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages