ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପାଉଡର୍‌ ଲଗାଇଲେ ହେଉଛି କ୍ୟାନ୍‌ସର୍‌: କମ୍ପାନୀ ଉପରେ ୩୨ ହଜାର କୋଟିର ଜୋରିମାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପାଉଡର୍‌ ଲଗାଇଲେ ହେଉଛି କ୍ୟାନ୍‌ସର୍‌: କମ୍ପାନୀ ଉପରେ ୩୨ ହଜାର କୋଟିର ଜୋରିମାନା

ନୂଆଦିଲ୍ଲୀ: ଶିଶୁଙ୍କୁ ସୁସ୍ଥ ରଖିବା ପାଇଁ ତାଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ। ତାଙ୍କର ଖାଦ୍ୟପେୟ ଠାରୁ ଆରମ୍ଭ କରି ତେଲ ଓ ସାବୁନ୍‌ ପର୍ଯ୍ୟନ୍ତ ସବୁଥିରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏଥିପାଇଁ ପ୍ରାୟ ଅନେକ ମା’ ବାପା ସେମାନଙ୍କ ପିଲା ପାଇଁ ଜନ୍‌ସନ୍‌ ଏଣ୍ଡ୍ ଜନ୍‌ସନ୍‌ କମ୍ପାନୀର ସାବୁନ, ତେଲ ଓ ପାଉଡର୍ ବ୍ୟବହାର କରୁଥିବାର ଦେଖାଯାଇଥାଏ। ଖାଲି ଶିଶୁମାନେ ନୁହନ୍ତି ମହିଳାମାନେ ମଧ୍ୟ  ଜନ୍‌ସନ୍‌ ପାଉଡର୍ ବ୍ୟବହାର କରଥାନ୍ତି। କିନ୍ତୁ ଏହି କମ୍ପାନୀ ଭେଜାଲ୍‌ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାର ପାଉଡର୍‌ରେ କିଛି ଏଭଳି ଦ୍ରବ୍ୟ ମିଶିଛି, ଯାହାଦ୍ୱାରା ମହିଳାଙ୍କ ଗର୍ଭାଶୟରେ କ୍ୟାନ୍‌ସର୍‌ ରୋଗ ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ଏହି କମ୍ପାନୀକୁ ୩୨ ହଜାର କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କୁହାଯାଇଛି।

ଖବର ଅନୁସାରେ ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀ ତିଆରି କରୁଥିବା ପାଉଡର୍‌ରେ ଆଜ୍‌ବେଷ୍ଟସ୍‌ ମିଶିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଗର୍ଭାଶୟରେ କ୍ୟାନ୍‌ସର୍ ରୋଗ ହେଉଥିବା ୨୨ ଜଣ ମହିଳା ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ବିଚାର କରି କମ୍ପାନୀକୁ ୩୨ ହଜାର କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀ ଭେଜାଲ୍‌ ସାମଗ୍ରୀ ବିକ୍ରି କରୁଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆମେରିକାର ଏକ କୋର୍ଟ କମ୍ପାନୀକୁ ୨୨ ଜଣ ମହିଳାଙ୍କୁ ୪୭୦(୩୨,୦୦୦ କୋଟି) କୋଟି ଡଲାର୍ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି, ପୂର୍ବରୁ ଏହି ଅଭିଯୋଗରେ ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀକୁ ଅନେକ ଥର ଜୋରିମାନା ହୋଇଛି। ଏଥିସହିତ ବିଭିନ୍ନ ଅଭିଯୋଗରେ କମ୍ପାନୀ ବିରୋଧରେ ‌ଅନେକ ମାମଲା ରହିଛି। ଜନ୍‌ସନ୍‌ ପାଉଡର୍‌ରେ ଆଜ୍‌ବେଷ୍ଟସ ମିଶିବା ନେଇ କମ୍ପାନୀ ଜାଣିଥିଲେ ମଧ୍ୟ ଜାଣିଶୁଣି ‌ଏ ଦିଗରେ ନିରବତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି।



from OdishaReporter https://ift.tt/2KZDQOQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages