ରିଲିଜ୍‌ ହେଲା ଓଡ଼ିଆ ରାପର୍‌ ସମୀରଙ୍କର ଆଉ ଏକ ମ୍ୟୁଜିକ୍‌ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ରିଲିଜ୍‌ ହେଲା ଓଡ଼ିଆ ରାପର୍‌ ସମୀରଙ୍କର ଆଉ ଏକ ମ୍ୟୁଜିକ୍‌ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ରାପର୍‌ ସମୀର ରିଶୁ ମହାନ୍ତି।ନିକଟରେ ତାଙ୍କର ଏକ ରାପ୍‌ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି। ଯାହାର ନାଁ ରହିଛି ‘I’m an Indian and let me be Indian’। ଗୀତଟିକୁ ବହୁଳ ସଂଖ୍ୟାରେ ଦର୍ଶକେ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେଏହି ଗୀତକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଗୀତଟି ଜୁଲାଇ ୬ତାରିଖରେ ରିଲିଜ୍‌ ହୋଇଛି।

ଗୀତରେ ଲୋକମାନଙ୍କ ମନରେ ଥିବା ବର୍ଣ୍ଣବୈଷମ୍ୟତାକୁ ଦର୍ଶାଯାଇଛି। ଏଥିସହ ସମୀର ନିଜ ଚେହେରାକୁ ନେଇ କେମିତି ଜୀବନରେ ସମାଲୋଚିତ ହୋଇଛନ୍ତି। କେମିତି ତାଙ୍କ ଚେହେରା ଦେଖି ଲୋକେ ତାଙ୍କର ଭାରତୀୟ ନକହି ବାହାର ଦେଶର ବୋଲି କହି ତାଚ୍ଛଲ୍ୟ କରନ୍ତି ସେସବୁ ସହ ଆଜିର ଯୁବପିଢ଼ିଙ୍କ ବ୍ୟବହାର ଏବଂ ଜୀବନଶୈଳୀକୁ ଇଂଗିତ କରି ଲୋକମାନେ କେମିତି କଟୁ ମନ୍ତବ୍ୟ ଦିଅନ୍ତି ସେସବୁ ଏହି ରାପ୍‌ ମ୍ୟୁଜିକ୍‌ ଭିଡିଓରେ ଆପଣମାନେ ଦେଖିବାକୁ ପାଇବେ।

ତେବେ ଏହି ଗୀତଟି ସମୀରଙ୍କ ପ୍ରଥମ ଗୀତ ନୁହେଁ। ପୂର୍ବରୁ ତାଙ୍କର ‘ମୁଁ ହେଲି ଓଡ଼ିଆ’, ‘ଓ୍ୱାନ କିଡ୍ ଓ୍ୱିଥ ଏ ଡ୍ରିମ’ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି।

ସମୀରଙ୍କ ପିଲାଦିନ କଟିଛି ପୁରୀରେ

ସମୀରଙ୍କ ମା ଜାପାନୀ ହୋଇଥିବା ବେଳେ ବାପା ଓଡ଼ିଆ। ଘର ତାଙ୍କର ପୁରୀ। ଏଇ ଶ୍ରୀକ୍ଷେତ୍ରରେ କଟିଛି ତାଙ୍କ ପିଲାଦିନ। ନବମ କ୍ଲାସ ପରେ ସେ ଦାର୍ଜିଲିଂରେ ତାଙ୍କର ଦ୍ୱାଦଶ ପଢ଼ା ଶେଷ କରି ତା’ପରେ ଉଚ୍ଚଶିକ୍ଷା ପାଇଁ ବେଙ୍ଗାଲୁରୁ ଗଲେ। ସେଠାରେ ହିଁ ଆରମ୍ଭ ହେଲା ରାପିଙ୍ଗ କ୍ୟାରିୟର। ଓ୍ୱାଲର୍ଡର ବେଷ୍ଟ ମେଲ୍ ରାପର, ରେକର୍ଡ ପ୍ରଡ୍ୟୁସ୍‌ର ତଥା ଆକ୍ଟର ଏମନେମ୍‌ଙ୍କ ରାପିଙ୍ଗରେ ପ୍ରଭାବିତ ହୋଇ ସମୀର ଆରମ୍ଭ କଲେ ରାପିଙ୍ଗ। ସମୀର ବଲିଉଡ୍, କନ୍ନଡ଼ ଓ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି।



from OdishaReporter https://ift.tt/2NS5efy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages