ବାସ୍ତୁ ବିଶେଷଜ୍ଞଙ୍କ ଅନୁସାରେ ବେଡ୍‌ରୁମ୍‌ ଏପରି ହେବା ଦରକାର: ନ ହେଲେ ହେବ ବାରମ୍ବାର ଝଗଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ବାସ୍ତୁ ବିଶେଷଜ୍ଞଙ୍କ ଅନୁସାରେ ବେଡ୍‌ରୁମ୍‌ ଏପରି ହେବା ଦରକାର: ନ ହେଲେ ହେବ ବାରମ୍ବାର ଝଗଡ଼ା

ଯେଉଁ ଘରେ ବାସ୍ତୁ ଜନିତ ସମସ୍ୟା ରହିଛି, ସେଠାରେ ସବୁବେଳେ କୌଣସି ନା କୌଣସି କାରଣରୁ ଅଶାନ୍ତି ଲାଗି ରହିଥାଏ। ପରିବାରର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ହେବା ସହିତ ମାନସିକ ଚାପ ମଧ୍ୟ ବଢ଼ିଥାଏ। ଛୋଟ ଛୋଟ କଥା ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା ଯୋଗୁ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥାଏ। ତେଣୁ ଏହି ସମସ୍ୟାରୁ କିପରି ମୁକ୍ତି ମିଳିବ ?

ଉଜ୍ଜୟିନୀର ବାସ୍ତୁ ବିଶେଷଜ୍ଞ ଡ. ବିନୀତା ସାଗରଙ୍କ ଅନୁସାରେ ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ କେଉଁସବୁ ଉପାୟ ଆପଣାଇବା ଦରକାର ଆସନ୍ତୁ ଜାଣିବା।

୧. ଶୋଇବାଘରେ ରାଧା ଓ ଶ୍ରୀକୃଷ୍ଣଙ୍କ ଫଟୋ ଲଗାନ୍ତୁ। କାରଣ ରାଧା-କୃଷ୍ଣ ହଉଛନ୍ତି, ପ୍ରେମର ପ୍ରତୀକ। ତେଣୁ ଏହି ଫଟୋ ଲଗାଇଲେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ଓ ଭଲ ପାଇବା ନିବିଡ଼ ହେବ।

୨. ସ୍ୱାମୀ-ସ୍ତ୍ରୀଙ୍କ ପଲଙ୍କରେ ଗୋଟିଏ ଗଦି ପଡ଼ିଥିବା ଦରକାର। ଯଦି ଡବଲ୍‌ ବେଡ୍‌ ପଲଙ୍କ ଅଛି ତେବେ ସେଠି ଗୋଟାଏ ବଡ଼ ଗଦି ପକାଇ ପାରିବେ। କିନ୍ତୁ ଦୁଇଟି ଅଲଗା ଗଦିକୁ ଯୋଡ଼ିକି ବିଛାନ୍ତୁ ନାହିଁ। ଏପରି କଲେ ସମ୍ପର୍କରେ ଫାଟ ସୃଷ୍ଟି ହେବ।

୩.  ଶୋଇବା ଘରେ ହନୁମାନଙ୍କର ଫଟୋ କିମ୍ବା ନଦୀ, ପୋଖରୀ, ଝରଣା କି କୌଣସି ହିଂସ୍ର ଜନ୍ତୁଙ୍କ ଫଟୋ ରଖନ୍ତୁ ନାହିଁ।

୪. ଶୋଇବା ଘରେ ଆକ୍ୱାରିୟମ୍‌ କିମ୍ବା ଜଳକୁଣ୍ଡ ରଖନ୍ତୁ ନାହିଁ।

୫.ଶୋଇବାଘର ପଲଙ୍କ ଝରକା କିମ୍ବା କବାଟ ଲାଗିଥିବା କାନ୍ଥ ସହିତ ନ ଲାଗିବା ଦରକାର। ଏହାଦ୍ୱାରା ଅଶାନ୍ତି ଲାଗି ରହିଥାଏ।

୬. ବିଛଣା ସବୁବେଳେ ସଫା ରହିବା ଦରକାର।

୭ ସ୍ୱାମୀ-ସ୍ତ୍ରୀ ଶୋଉଥିବା ପଲଙ୍କ ତଳେ କୌଣସି ଭାଙ୍ଗିଯାଇଥିବା ଜିନିଷ କି ଅଚଳ ଜିନିଷ ରଖନ୍ତୁ ନାହିଁ। ପଲଙ୍କ ତଳ ସ୍ଥାନ ସମ୍ପୂର୍ଣ୍ଣ ଖାଲି ରଖନ୍ତୁ।

୮. ଶୋଇବା ଘରେ ଆଇନା ରଖନ୍ତୁ ନାହିଁ। ମନେରଖନ୍ତୁ ଯେ, ପଲଙ୍କ ସାମ୍ନାରେ ଆଇନା ରଖିଲେ ମାନସିକ ଚାପ ବଢ଼ିଥାଏ। ଯଦି ଆଇନା ରଖୁଛନ୍ତି ତେବେ ଶୋଇବା ପୂର୍ବରୁ ଆଇନା ଉପରେ ପରଦା ଢାଙ୍କି ଦିଅନ୍ତୁ।

୯. ଶୋଇବା ଘରକୁ ଏପରି ସଜାଇ ରଖନ୍ତୁ, ଯେପରି ଏହା ଆକର୍ଷଣୀୟ ଲାଗିବ।

୧୦. ଶୋଇବା ଘରେ ଲଭ୍‌ ବାର୍ଡ କିମ୍ବା ପ୍ରେମର ପ୍ରତୀକଯୁକ୍ତ ସମସ୍ତ ପ୍ରତିମୂର୍ତ୍ତି ଅଲଗା କରି ରଖନ୍ତୁ ନାହିଁ। ଯୋଡ଼ିକି ରଖନ୍ତୁ। ଫଳରେ ଘରେ ସକାରାତ୍ମକ ବାତାବରଣ ରହିବ।



from OdishaReporter https://ift.tt/2N7MerW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages