
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଚାନ୍ଦିପୋଷ ଜଙ୍ଗଲରୁ ଏକ ମାଓବାଦୀ କ୍ୟାମ୍ପ୍ ଠାବ ହୋଇଛି। ଏଠାରୁ ବିପୁଳ ପରିମାଣର ଗୁଳି, ବୋମା ଓ ମାଓ ସାମଗ୍ରୀ ଜବତ କରାଯାଇଛି।
ଆଜି ଭୋରରୁ ରାଉରକେଲା ପୁଲିସ୍ ଓ ସିଆର୍ପିଏଫ୍ ମିଳିତ ଭାବେ, ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରନ ଜଙ୍ଗଲରେ ଥିବା ଏକ ମାଓ ଶିବିର ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ କ୍ୟାମ୍ପରେ ୨୦ରୁ ୨୫ ଜଣ ମାଓବାଦୀଙ୍କ ସହ ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ମାଓ ଡିଭିଜନର ଏରିଆ କମାଣ୍ଡର ଅନମୋଲ୍ ଉପସ୍ଥିତ ଥିବା ପୋଲିସ୍କୁ ସୂଚନା ମିଳିଥିଲା। ହେଲେ ଚଢ଼ାଉ ପୂର୍ବରୁ ସେମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ।
କ୍ୟାମ୍ପରୁ ୪ଟି କେନ୍ ବୋମା, ବହୁ ବିସ୍ଫୋରକ ସାମଗ୍ରୀ, ମାଓ ପୁସ୍ତିକା ଆଦି ଜବତ ହୋଇଛି। ଘଟଣା ପରେ ଚାନ୍ଦିପୋଷ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ରାଉରକେଲା ଏସ୍ପି ଉମାଶଙ୍କର ଦାଶ କହିଛନ୍ତି।
from OdishaReporter https://ift.tt/2Neap8p
No comments:
Post a Comment