କଂଗ୍ରେସ ନେତା ଶଶି ଥରୁର୍‌ଙ୍କ କାର୍ଯ୍ୟାଳୟରେ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

କଂଗ୍ରେସ ନେତା ଶଶି ଥରୁର୍‌ଙ୍କ କାର୍ଯ୍ୟାଳୟରେ ଆକ୍ରମଣ

ଥିରୁଅନନ୍ତପୁରମ୍‌: କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କ ଥିରୁଅନନ୍ତପୁରମ୍‌ ସ୍ଥିତ କାର୍ଯ୍ୟାଳୟରେ ଆକ୍ରମଣ ହୋଇଛି। ସୋମବାର କିଛି ଲୋକ ତାଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ଲାଗିଥିବା ବ୍ୟାନର୍‌ ଓ ହୋର୍ଡିଂ ଚିରାଚିରି କରିବା ସହିତ ଗେଟ୍‌ରେ କାଳି ବୋଳିଛନ୍ତି। ଏହି ଆକ୍ରମଣ ବେଳେ ଥରୁର୍‌ ସେଠାରେ ଉପସ୍ଥିତ ନ ଥିବା ଜଣାପଡ଼ିଛି। ଏହି ଘଟଣା ନେଇ ଥରୁର୍ କହିଛନ୍ତି, ‘ମୁଁ ଜାଣିଛି ଯେ, ଏହା ହିନ୍ଦୁବାଦ ନୁହେଁ। ମୁଁ ଏକ ସାଧାରଣ ନାଗରିକର ଅଧିକାରରେ ପଚାରୁଛି ଯେ, ଦେଶରେ କ’ଣ ଚାଲିଛି ?’

ଥରୁର୍‌ କିଛିଦିନ ତଳେ କହିଥିଲେ, ବିଜେପି ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ‘ଆଗାମୀ ନିର୍ବାଚନରେ ବିଜେପି ସରକାର ଗଠନ କଲେ, ସେ ସମ୍ବିଧାନ ବଦଳାଇ ଦେବ। ଭାରତ ହିନ୍ଦୁ ପାକିସ୍ତାନରେ ପରିବର୍ତ୍ତନ ହୋଇଯିବ।’ ଏହି ବକ୍ତବ୍ୟ ପରେ କଂଗ୍ରେସ ଥରୁର୍‌ଙ୍କୁ ତାଗିଦ୍‌ କରିଥିଲା।



from OdishaReporter https://ift.tt/2Lk4nWB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages