
ନୂଆଦିଲ୍ଲୀ: ବଲ୍ ଟ୍ୟାମ୍ପରିଂ କରିବା ଶ୍ରୀଲଙ୍କା ଅଧିନାୟକ ଦିନେଶ ଚାଣ୍ଡିମାଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଚାଣ୍ଡିମାଲଙ୍କ ଏହି ଅଣଖେଳୁଆଡ଼ ମନୋଭାବ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇସିସି) ତାଙ୍କୁ ୪ଟି ଦିନିକିଆ ଓ ୨ଟି ଟେଷ୍ଟ୍ ପାଇଁ ବାସନ୍ଦ କରିଛି। ଚାଣ୍ଡିମାଲଙ୍କ ସହ ଶ୍ରୀଲଙ୍କା ଟିମ୍ର ମୁଖ୍ୟ କୋଚ୍ ଚାଣ୍ଡିକା ହତ୍ରୁସିଂହ ଓ ଟିମ୍ ମ୍ୟାନେଜର ଅସନାକା ଗୁରୁସିଙ୍ଗାଙ୍କୁ ମଧ୍ୟ ଆଇସିସି ସମାନ ଦଣ୍ଡରେ ଦଣ୍ଡିତ କରିଛି। ଆଇସିସି ଆଜି ଏଭଳି ବ୍ୟାନ୍ ଲଗାଇଥବାରୁ ଏହି ୩ ଜଣ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥବା ଟେଷ୍ଟ୍ ଶୃଙ୍ଖଳାରେ ସାମିଲ ହେଇପାରିବେ ନାହିଁ। ସେହିପରି ଅଗଷ୍ଟ ୧ରୁ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବାକୁ ଥବା ୫ଟିକିଆ ସିରିଜର ପ୍ରଥମ ୪ଟି ଦିନିକିଆରୁ ଏହି ୩ ଜଣ ବାଦ୍ ପଡ଼ିବେ। ଏମାନଙ୍କୁ ୮ଟି ଡିମେରିଟ୍ ପଏଣ୍ଟ୍ ମିଳିଛି। ପୂର୍ବରୁ ମଧ୍ୟ ଆଇସିସି ଚାଣ୍ଡିମାଲଙ୍କୁ ଗୋଟିଏ ଟେଷ୍ଟରୁ ବ୍ୟାନ୍ କରିବା ସହ ତାଙ୍କ ମ୍ୟାଚ୍ ଫି’ କାଟିଥଲା।
ଉଲ୍ଲେଖଯୋଗ୍ୟ, ଜୁନ୍ରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସେଣ୍ଟ୍ ଲୁସିଆଠାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ୩ୟ ଦିନରେ ବଲ ଟ୍ୟାମ୍ପରିଂ ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ମ୍ୟାଚ୍ ରେଫରି ୱେଷ୍ଟଇଣ୍ଡିଜକୁ ୫ ଅତିରିକ୍ତ ରନ୍ ଦେଇଥିଲେ। ଏହାକୁ ବିରୋଧ କରି ଚାଣ୍ଡିମାଲଙ୍କ ଟିମ୍ ତୃତୀୟ ଦିନ ପଡ଼ିଆକୁ ଓହ୍ଲାଇ ନଥିଲେ। ଅମ୍ପାୟାର ଶ୍ରୀଲଙ୍କା ଖେଳାଳିଙ୍କୁ ଖେଳ ଆରମ୍ଭ କରିବାକୁ କହିଥିଲେ ହେଁ ଦୀର୍ଘ ସମୟ ଖେଳ ବନ୍ଦ ରହିଥଲା। ଏଭଳି କାର୍ଯ୍ୟ କରି ଚାଣ୍ଡିମାଳ ଆଇସିସିର ଧାରା ୨.୩.୧ର ସ୍ତର ୩ର ଉଲ୍ଲଙ୍ଘନ କରିଥବାରୁ ଆଜି ତାଙ୍କୁ ଦଣ୍ଡିତ କରାଯାଇଛି।
from OdishaReporter https://ift.tt/2LpCCID
No comments:
Post a Comment